ମନରେଗା ଯୋଜନାରେ ମହାଘୋଟାଲା: ଅଙ୍ଗନବାଡି ଦିଦି ଓ ଛାତ୍ର ଛାତ୍ରୀଙ୍କ ଆକାଉଣ୍ଟରେ ଜମା ହେଉଛି ଟଙ୍କା

0 154

ଦାରିଙ୍ଗବାଡି: ଦାରିଙ୍ଗବାଡି ବ୍ଲକରେ ପୁଣି ମନରେଗା ଯୋଜନାର ପୁଣି ଦୁର୍ନୀତି । ଅଙ୍ଗନବାଡି କର୍ମୀ, ସ୍କୁଲ ଛାତ୍ରଛାତ୍ରୀ, ଓ ବ୍ୟବସାୟୀ ହେଉଛନ୍ତି ମନରେଗା ହିତାଧିକାରୀ ଆଉ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା ହେଉଛି ଟଙ୍କା । ଅନ୍ୟପକ୍ଷରେ ପ୍ରକଳ୍ପର ବ୍ୟୟ ଅଟକଳ ମୂଲ୍ୟ ଠାରୁ ଅଧିକ ଟଙ୍କାର ବିଲ କରାଯାଇଛି । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତରୁ । ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତ ମହକୁମାରେ ମନରେଗା ଯୋଜନାରେ ଏକ ଜମି ଉନ୍ନୟନ କାମ ଗତ ୩ ମାସ ତଳେ କରାଯାଇଛି । ଆଉ ଏଥିପାଇଁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଥିବା ବେଳେ ଏଥିରେ ବୁଡ୍ରାପାଙ୍ଗା ଗ୍ରାମର ଅନେକ ଲୋକ କାମ କରିଛନ୍ତି । ହେଲେ ଜମି ଉନ୍ନୟନ କାର୍ଯ୍ୟରେ ଯେଉଁ ଶ୍ରମିକମାନେ ନିୟୋଜିତ ହୋଇଥିଲେ ସେମାନଙ୍କ ମଧ୍ୟରୁ କିଛି ଅଧା ଟଙ୍କା ପାଇଥିବା ବେଳେ ଅନେକ ଶ୍ରମିକ ମୂଳରୁ ଏ ବାବଦକୁ ପାରିଶ୍ରମିକ ପାଇନାହାନ୍ତି । ଆଉ ଯେଉଁମାନେ ମୂଳରୁ ଏଥିରେ କାମ କରି ନାହାନ୍ତି, ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଛଡ଼ାଯାଇଥିବା ଅଭିଯୋଗ ହୋଇଛି ।

hiring

ଅଙ୍ଗନବାଡି କର୍ମୀ, ସ୍କୁଲ ଛାତ୍ରଛାତ୍ରୀ, ବୃଦ୍ଧ ମହିଳା ଓ ବ୍ୟବସାୟୀଙ୍କ ଆକାଉଣ୍ଟକୁ ଜମି ଉନ୍ନୟନ କାର୍ଯ୍ୟର ଟଙ୍କା ଯାଇଛି । ଏହା ସହ ଚାଲ ବୁଲ କରିପାରୁନଥିବା ବୃଦ୍ଧ ମହିଳାଙ୍କ ଆକାଉଣ୍ଟକୁ ମନରେଗା ଯୋଜନାରେ ଟଙ୍କା ଛାଡ଼ି ସେମାନଙ୍କଠାରୁ ମଧ୍ୟ ମିଛ କହି ଜିଆରଏସ ଓ ଗାଁ ସାଥି (ଜିଏସ)ମିଳିମିଶି ଏ ସବୁ ଟଙ୍କା ନିଜେ ନିଜେ ହଡପ କରିନେଇଛନ୍ତି ବୋଲି ଗ୍ରାମର ଲୋକେ ଅଭିଯୋଗ କରୁଛନ୍ତି । ସେପଟେ ଜମି ଉନ୍ନୟନ ପାଇଁ ଫଳକରେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଥିବା ଉଲ୍ଲେଖ ରାଜିଥିବା ବେଳେ କିନ୍ତୁ ୫ ଲକ୍ଷ ୫୦ ହଜାର ଟଙ୍କାର ବିଲ କରାଯାଇଛି ବୋଲି ଅନଲାଇନ ରିପୋର୍ଟରୁ ଜଣାପଡ଼ିଛି । ଏହା ସହ ଅଙ୍ଗନବାଡି କର୍ମୀ ନିଜେ ସ୍ୱୀକାର କରିଛନ୍ତି ଯେ, ମନରେଗାରେ ଯୋଜନାରେ ସେ କାମ ନ କରି ତାଙ୍କ ଆକାଉଣ୍ଟରେ ଟଙ୍କା ଛଡ଼ାଯାଇଥିଲା । ଆଉ ଜିଆରଏସ ଓ ଗାଁ ସାଥିଙ୍କୁ ସେ ତାଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା ଉଠାଇ ଦେଇଛନ୍ତି । ଏନେଇ ଲୋକେ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡ଼ିଓଙ୍କ ଯାଏଁ ସଭିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ସୋନପୁର ସରପଞ୍ଚ ଏହାର ତଦନ୍ତ ପାଇଁ ଉପରୀସ୍ତ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି । ହେଲେ ବ୍ଲକ ସ୍ତରରେ ସରକାରୀ ବାବୁମାନେ ଏନେଇ କେହି ମୁହଁ ଖୋଲୁନଥୁବା ବେଳେ ମନରେଗା ଦୁର୍ନୀତିରେ ସଭିଏଁ ସମ୍ପୃକ୍ତ ବୋଲି ଜନସାଧରଣରେ ମତ ପ୍ରକାଶ ପାଇଛି । ତେବେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଅଙ୍ଗନବାଡି କର୍ମୀ ଓ ସ୍କୁଲ ଛାତ୍ର ଛାତ୍ରୀଙ୍କ ନାମ ଜବ କାର୍ଡ ରେ କିପରି ରହିଲା ? କିଏ ଜବ କାର୍ଡ ରେ ସେମାନଙ୍କ ନାମ ସାମିଲ କରିଛି ? ତାହାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମ ବାସୀ ମାନେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × 5 =