ଋଣ ଆଦାୟ ପାଇଁ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ଧମକ ଅଭିଯୋଗ

0 2,913

ବୌଦ୍ଧ : ଲକ୍ ଡାଉନ ସମୟରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ମାନଙ୍କରୁ ଆଣିଥିବା ଋଣ ପରିଶୋଧ କରି ପାରିନଥିଲେ । କିସ୍ତି ଟଂକା ଆଦାୟ କରାଯିବା ଉପରେ ଅଗଷ୍ଟ ୩୧ ତାରିଖ ଯାଏଁ ଆଦାୟ ଉପରେ ରିଜର୍ଭ ବ୍ୟାଙ୍କ ଅଙ୍କୁଶ ଲଗାଇଥିଲେ । ବର୍ତ୍ତମାନ ସେପ୍ଟେମ୍ବର ମାସ ଆରମ୍ଭ ହୋଇ ଯାଇଥିବାରୁ ବିଭିନ୍ନ ମାଇକ୍ରୋ ଫାଇନାନ୍ସ କମ୍ପାନୀ ବକେୟା ଋଣ ଅସୁଲ ପାଇଁ ଅଣ୍ଟା ଭିଡି ବାହାରିଛନ୍ତି । ଋଣ ପରିଶୋଧ ପାଇଁ ଜୋର୍ ଜବରଦସ୍ତ କରୁଥିବା ସହ ଧମକ ଚମକ ଦେଉଥିବା ଅଭିଯୋଗ ହେଉଛି । ଆଜି ବୌଦ୍ଧ ବ୍ଲକ ସଂଗ୍ରାମପୁର ଗ୍ରାମ ପଂଚାୟତର ସାହାଜପାଲ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ଏସ.କେ.ଏସ. ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ଋଣ ପରିଶୋଧ ପାଇଁ ଘର ସାମ୍ନାରେ ପାଟିତୁଣ୍ଡ କରିବା ସହ ଋଣ ପରିଶୋଧ ନ କଲେ ତାଙ୍କ ଆଧାର କାର୍ଡ ବ୍ଲକ କରିଦେବା ପାଇଁ ଧମକ ଦେଉଥିବା ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ଗୋଟିଏ ଭିଡିଓ ସୋସିଆଲ୍ ମିଡିଆ ରେ ଭାଇରାଲ୍ ହେଉଛି ।

hiring


ବୌଦ୍ଧ ଜିଲ୍ଲାରେ ଅନେକ ଗୁଡିଏ ମାଇକ୍ରୋ ଫାଇନାନସ କମ୍ପାନୀ ତାଂକର ଶାଖା ଖୋଲି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ଋଣ ଦେଇ ଅଧିକ ହାରରେ ସୁଧ ଆଦାୟ କରୁଥିବା ଅଭିଯୋଗ ହୁଏ । ଜିଲ୍ଲା ପ୍ରଶାସନ ଏ ଦିଗରେ ଅଂକୁଶ ଲଗାଇ ଗରୀବ ମହିଳା ମାନଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

4 − four =