ଜିଲ୍ଲାସ୍ତରୀୟ ପ୍ରଥମ ଧାନ ମଣ୍ଡି ଉଦଘାଟନ କଲେ ବିଧାୟକ ରୁଦ୍ର ମହାରଥୀ

0 92

ପୁରୀ: ପୁରୀ ଜିଲ୍ଲା ପିପିଲି ବ୍ଲକ ତେଇସିପୁର ସେବା ସମବାୟ ସମିତି ଠାରେ ଖୋଲିଲା ଜିଲ୍ଲାସ୍ତରୀୟ ପ୍ରଥମ ଧାନ ମଣ୍ଡି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କଲେ ବିଧାୟକ ରୁଦ୍ରପ୍ରତାପ ମହାରଥୀ । ପିପିଲି ବ୍ଲକରେ ପାଖାପାଖି ୫ହଜାର ଚାଷୀ ମଣ୍ଡିରେ ଧାନ ଦେବା ପାଇଁ ପଞ୍ଜିକରଣ କରିଛନ୍ତି । ଧାନ କ୍ୱିଣ୍ଟାଲ ପିଛା ସରକାରୀ ମୂଲ୍ୟ ୧୯୪୦ ଟଙ୍କା ରଖା ଯାଇଥିବା ବେଳେ ଧାନର ଏଫ୍‌ଏକ୍ୟୁମାନଙ୍କୁ ବିଶେଷ ଗୁରୁତ୍ୱ ଦିଆଯିବ । ପୂର୍ବରୁ ଚାଷୀଙ୍କ ନିକଟକୁ ମେସେଜ ଜରିଆରେ ଟୋକାନ ଆସିବାର ତିରିଶ ଦିନ ମଧ୍ୟରେ ଚାଷୀ ଧାନ ବିକ୍ରୀ କରିପାରୁଥିବା ବେଳେ ଚଳିତ ବର୍ଷ ଆଉ ସାତଦିନ ସମୟ ଅବଧି ବୃଦ୍ଧି କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଚାଷୀମାନେ କିଭଳି ଅସୁବିଧାର ସମ୍ମୁଖିନ ନହୋଇ ସିଧାସଳଖ ମଣ୍ଡିରେ ଧାନ ବିକ୍ରି କରିପାରିବେ ଏବଂ ଧାନ ବିକ୍ରି କରିବାର ସାତ ଦିନ ମଧ୍ୟରେ ଆକାଉଣ୍ଟ ଜରିଆରେ ଟଙ୍କା ପାଇ ପାରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦେଉଥିବା ବିଧାୟକ କହିଛନ୍ତି ।

hiranchal ad1
Leave A Reply

Your email address will not be published.

five + sixteen =