କିଛି ବି ମିଳିଲାନି ଏମାର ମଠ ଖୋଳାରୁ

0 36

ପୁରୀ,୪/୨ : କାଳେ ଆଉ କିଛି ଗୁପ୍ତ ଧନ ଥିବ,ଏହି ଆଶାରେ ଆଜି ପୁରୀ ସହରର ଏମାର ମଠ ଭିତରେ ଖୋଳାଖୋଳି ହୋଇଥିଲା । ଘଣ୍ଟା ଘଣ୍ଟା ଧରି ଝାଳବୁହା ପରିଶ୍ରମ ହେଲା । କିନ୍ତୁ ଫଳ ଶୂନ । ଏହି ଖୋଳାରୁ କିଛି ବି ମିଳିଲାନି । ମିଳିଲା ମାତ୍ର ଏକ ସାଧାରଣ ଲୁହାଖଣ୍ଡ । ମଠର ପ୍ରବେଶ ଦ୍ୱାର ଓ ଅନ୍ୟ ଦୁଇଟି ସ୍ଥାନରେ ଖୋଳାହୋଇଥିଲା । ଗତ ସେପ୍ଟମ୍ବର ୧୬ତାରିଖରେ ଯାଞ୍ଚ କରାଯାଇ ତିନୋଟି ସ୍ଥାନ ଚିହ୍ନଟ କରାଯାଇଥିଲା । ସେତେବେଳେ ଯେଉଁ ମେଟାଲ୍‌ ଡିଟେକ୍ଟରରେ ପରୀକ୍ଷା ହୋଇଥିଲା, ତାହା ସେତେ ଶକ୍ତିଶାଳୀ ନ ଥିଲା । ଫଳରେ ଧାତୁର ଅବସ୍ଥିତି ନେଇ ସଠିକ୍‌ ଜଣାପଡି ନ ଥିଲା । ତେଣୁ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ଏଣ୍ଡାଉମେଣ୍ଟ ଅଧିକାରୀଙ୍କ ସହ ନୂତନ ଟ୍ରଷ୍ଟ ବୋର୍ଡଙ୍କ ଉପସ୍ଥିତିରେ ପୁନର୍ବାର ଯାଞ୍ଚ କରାଯାଇଥିଲା । ଆଜି ପ୍ରବେଶ ପଥକୁ ଯାଞ୍ଚ କରାଯାଇ ତାହାକୁ ଖୋଳା ଯାଇଥିଲା । ୨୦୧୧ମସିହାରେ ମଠରୁ ୫୨୨ଖଣ୍ଡ ରୂପାଇଟା ବାହାରିଥିବା ବେଳେ ତାହାକୁ ଜିଲ୍ଲା ଆରମୋରୀରେ ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଛି । ସେବେଠାରୁ ରୂପା ଇଟାକୁ ନେଇ ମାମଲା କୋର୍ଟରେ ବିଚାରାଧୀନ ରହିଛି ।

hiranchal ad1
Leave A Reply

Your email address will not be published.

14 + ten =