ଦଶପଲ୍ଲାରେ ଘଟିଛି ଅଭାବନୀୟ ଘଟଣା : ନିଜର ଜନ୍ମିତ ପୁଅକୁ ହତ୍ୟା କଲା ମା

0 182

ଦଶପଲ୍ଲା :ଦଶପଲ୍ଲା ବିଜ୍ଞାପିତ ଅଂଚଳର ନାହାକପଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ସେହି ଗ୍ରାମର ସରୋଜିନୀ ବେହେରା ଓ କୁନ୍ଥ ବେହେରାଙ୍କ ପୁଅ ବସନ୍ତ ବେହେରା (୪୦)ଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ତାଙ୍କ ମାଆ ସରୋଜିନୀ ବେହେରା ନିଜ ଜନ୍ମିତ ପୁଅକୁ ହତ୍ୟା କରିଛନ୍ତି ।
ପ୍ରାପ୍ତ ସୂଚନା ଅନୁସାରେ , ବସନ୍ତ ଜଣେ ଅଭ୍ୟାସ ଗତ ନିଶାଖୋର୍‌ ହେଇଥିବାରୁ ସେ ପ୍ରତିଦିନ ,ସମଦୃଷ୍ଟିହୀନ ତାଙ୍କ ବାପା ଏବଂ ମାଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ଆସି ଅତ୍ୟାଚାର କରୁଥିଲା । ଗତକାଲି ବିଳମ୍ୱିତ ରାତିରେନିଶାଗ୍ରସ୍ତ ହୋଇ ସେ ତାଙ୍କ ବାପାଙ୍କ ଉପରେ ସବୁଦିନ ଭଳି ଅତ୍ୟାଚାର ଓ ଜୁଲୁମ୍‌ କରିବା ଆରମ୍ଭ କରିଦେଇଥିଲେ । ତାଙ୍କ ମା ସରୋଜିନୀ ଏସବୁ ଦେଖି ସହ୍ୟ କରି ନ ପାରି ନିଶାଖୋର୍‌ ଏକ ମାତ୍ର ପୁଅକୁ ସବୁଦିନ ପାଇଁ ଶେଷ କରିଦେବାକୁ ନିଷ୍ପତ୍ତି ନେଇଥିଲେ । ଆଜି ଭୋର୍‌ ସମୟରେ ଏକ ଟାଙ୍ଗିଆ ସାହାଯ୍ୟ ନିଜ ଜନ୍ମିତ ପୁଅକୁ ଆକ୍ରମଣ କରିଥିଲେ । କିଛି ସମୟ ପରେ ଗୁରୁତର ଅବସ୍ଥାରେ ବସନ୍ତକୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବସନ୍ତଙ୍କ ବାପା ଓ ମାକୁ ଦଶପଲ୍ଲା ପୋଲିସ୍‌ ଥାନାକୁ ନେଇ ବର୍ତ୍ତମାନ ସମ୍ପୂର୍ଣ୍ଣ ଘଟଣା ବିଷୟରେ ପଚରାଉଚରା କରୁଛି ବୋଲି ସୂଚନା ମିଳିଛି ।

hiring
hiranchal ad1
Leave A Reply

Your email address will not be published.

fifteen − six =