ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରିବ ଶ୍ରୀମନ୍ଦିର ସେବାୟତ ନିଯୋଗ

0 142

ପୁରୀ : ଓଡିଆ ଜାତି ଓ ଓଡ଼ିଆ ମାଟି ପାଇଁ ଗର୍ବ ହେଉଛନ୍ତି ଭାରତର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଶ୍ରୀମତି ମୁର୍ମୁଙ୍କ ପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ଉପଲକ୍ଷେ ଶ୍ରୀମନ୍ଦିର ସେବାୟତ ନିଯୋଗ ପକ୍ଷରୁ ମଧ୍ୟ ଶ୍ରୀମତୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଯାଇଛି । ଖୁବଶୀଘ୍ର ସେବାୟତ ପ୍ରତିନିଧି ମାନେ ଦିଲ୍ଲୀ ଯାଇ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ତାଙ୍କୁ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ନିମନ୍ତ୍ରଣ କରିବେ ବୋଲି ପରିଚାଳନା କମିଟିର ସଦସ୍ୟ ପ୍ରତିକ୍ରିୟା ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

4 + nine =