ମାଁ ଭଣ୍ଡାର ଘରଣୀଙ୍କ ଶକ୍ତି ପୀଠରେ ପୁସ୍ତକ ‘ମୁଁ ଓ ମୁଁ’ ପୁସ୍ତକ ଉନ୍ମୋଚିତ

0 93

ନବରଙ୍ଗପୁର.୫/୯: ଅଧ୍ୟାପିକା ନୀହରିକା ମଲ୍ଲିକଙ୍କ ଦ୍ୱାରା ହିନ୍ଦୀ ଲେଖକ ମୃଦୁଳା ଗର୍ଗ ଙ୍କ ‘ମେ ଔର ମେ’ ଓଡ଼ିଆ ଅନୁବାଦିତ ହୋଇ ପୁସ୍ତକ ‘ମୁଁ ଓ ମୁଁ’ ପବିତ୍ର ଶକ୍ତି ପୀଠ ମାଁ ଭଣ୍ଡାର ଘରଣୀଙ୍କ ଠାରେ ସମର୍ପିତ ହୋଇ ଉନ୍ମୋଚିତ ହୋଇଯାଇଛି । ଏଥିରେ ଲେଖିକା ନୀହରିକାଙ୍କ ସହ ଓଡ଼ିଶା ସାହିତ୍ୟ ଏକାଡେମୀ କାର୍ଯ୍ୟକାରୀ ପରିଷଦ ସଦସ୍ୟ ଚନ୍ଦ୍ର ଶେଖର ହୋତା, ଗାଳ୍ପିକ ଅଶୋକ ପଟ୍ଟନାୟକ, ଲେଖକ ବୁଲୁ ହୋତା ,ବିଦ୍ୟାର୍ଥୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟନାରାୟଣ ନାୟକ ଉପସ୍ଥିତ ହୋଇଥିଲେ । ସାମାଜିକ ଜୀବନ ଚିତ୍ରର ଅଣଦେଖା କିଛି ସମ୍ପର୍କ ଯେ ଜଣେ ଲେଖକର ଦୃଷ୍ଟିରୁ ବାଦ ପଡେନି ନୀହରିକାଙ୍କ ଏଇ ପୁସ୍ତକକୁ ପଢିଲେ ଅଚିରେ ଜଣେ ବୁଝିପାରିବ । ନିଜକୁ ସମ୍ଭ୍ରାନ୍ତ,ପରୋପକାରୀ,ଦୟାଳୁ ସାବ୍ୟସ୍ତ କରିବାକୁ ଯାଇ ବେଳେବେଳେ ମହାନ ହେବାର ମୋହ ମଣିଷକୁ ଏତେ କବଳିତ କରିଦିଏ ଯେ, ସେ ନିଜ ସହ ମଧ୍ୟ ଛଳନା କରିଥାଏ । ଦୟା, ପରୋପକାର କରିବା ଆଳରେ ସେ ନିଜର ଅହଂ ଓ ସମ୍ଭାନ୍ତପଣିଆକୁ ସାବ୍ୟସ୍ତ କରିବାକୁ ପଛାଇ ନଥାଏ । ସଫଳତାର ଶୀର୍ଷରେ ପହଞ୍ଚିବ।। ପାଇଁ ସମ୍ପର୍କକୁ ସିଡି ରୂପେ ବ୍ୟବହାର କରିଥାଏ । ଓଡ଼ିଆ ପାଠକଙ୍କ ଭିତରେ ଅନୁବାଦିକା ଏଇ କିଛି ବର୍ଷ ଭିତରେ ନିଜ ପାରଦର୍ଶିତା ଦେଖାଇ ନିଜ କଲମକୁ ନବରଙ୍ଗପୁର ମାଟିରେ ନିରନ୍ତର ଚଳଚଞ୍ଚଳ ରଖିଛନ୍ତି ବୋଲି ଲେଖକ ବୁଲୁ ହୋତା କହିଛନ୍ତି । ପାର୍ବଣ ପର୍ବର ପୂର୍ବାଭାସରେ ଏଭଳି ପ୍ରୟାସ କଲମନିଷ୍ଠଙ୍କୁ ଅନେକ ଖୋରାକ ଜଣାଇବ । ଲେଖିକାଙ୍କ ଦ୍ୱାରା ରଚିତ ଅନେକ ପୁସ୍ତକ ଭିତରୁ ଏଇ ପୁସ୍ତକ ଓଡ଼ିଆ ସାହିତ୍ୟ ଜଗତରରେ ଅନ୍ୟତ୍ତମ ହୋଇପାରିବ ବୋଲି ଉପସ୍ଥିତ ଅତିଥିଙ୍କ ବିଶ୍ୱାସ ହୋଇଛି ।

hiranchal ad1
Leave A Reply

Your email address will not be published.

five × five =