ନବରଙ୍ଗପୁର ଜିଲ୍ଲା ଏମଡିଏମ ପାଚିକା ସହାୟିକା ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

0 56

ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା ଏମଡିଏମ ପାଚିକା ସହାୟିକା ସଂଘ ତରଫରୁ ୬ ଦଫା ଦାବିପତ୍ର ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ନବରଙ୍ଗପୁର ଆରଏମସି ହାଟପଦାରେ ଏକ ବୈଠକ ଅନୁଷ୍ଠିତ ହେଇଥିଲା । ଉକ୍ତ ବୈଠକରେ ପାଚିକାମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପାଚିକା ସଂଘର ମୁଖ୍ୟ ଦାବିହେଲା ମାସକୁ ୧ହଜାର ଚାରି ଶହ ଦେବା ବଦଳରେ ୧୦ ହଜାର ଟଙ୍କା ପ୍ରଦାନ କରାଯାଉ,ଉଭୟ ପାଚିକା ସହାୟିକା ମାନଙ୍କୁ କାର୍ଯ୍ୟ ସମୟରେ ଭୋଜନ ବ୍ୟବସ୍ଥା କରାଯାଉ, ବିନା କାରଣରେ ବାହାର କରାଯାଇଥିବା କର୍ମୀ ମାନଙ୍କୁ ପୁନର୍ବାର ନିଯୁକ୍ତି ଦିଆଯାଉ । ଏହି ପରି ୬ ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଯଦି ସେମାନଙ୍କର ଦାବି ସରକାର ଶୁଣିବେନି ତାହେଲେ ସେମାନେ ଭୋଟ ବର୍ଜନ କରିବେ ବୋଲି ଜଣାଇଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ପାଚିକା ସଂଘର ଜିଲ୍ଲା ସଭାପତି ଧନକୀ ଜାନି, ଉପ ସଭାପତି ଜୁନୁ ସିହ, ସମ୍ପାଦକ ଗୁରୁବାରୀ ପୂଜାରୀ, ସହ ସମ୍ପାଦକ ଗୀତା ନାୟକ, ଏବଂ ବିମଳା ବିଷୋୟୀ ଓ ଜନମତି ଦିଶାରୀ, ଶ୍ରୀପଞ୍ଚମୀ ନାୟକ,ଦେବକୀ ଭତରା, ଲଷ୍ମୀ ଲତା, ଚଞ୍ଚଳା ଦୋରା, ଉର୍ମିଳା ପାତ୍ର, ଲଷ୍ମୀ ଗୌଡ଼ ସମେତ ବହୁ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଆସିଥିବା ପାଚିକା ସଙ୍ଘର କାର୍ଯ୍ୟରତ ମହିଳା କର୍ମୀ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

ten + 3 =