ସ୍ୱଚ୍ଛତା ହିଁ ସୁସ୍ଥତା -ନବରଙ୍ଗପୁର ମହାବିଦ୍ୟାଳୟରେ ସ୍ୱଚ୍ଛତା ଅଭିଯାନ

0 88

ନବରଙ୍ଗପୁର,୨୯/୧୦- ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ସଂସ୍ଥା ଓ ନେହୁରୁ ଯୁବକେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିନିମନ୍ତେ ଆୟୋଜିତ ସଚେତନତା ସଭାକୁ ଉଦଘାଟନ କରି ଅଧକ୍ଷ ଡ଼ଃ. ବିନୋଦ ଚନ୍ଦ୍ର ନାୟକ ସ୍ୱେଚ୍ଛାସେବୀଙ୍କୁ ନିଜ ଘର ଓ ପରିବେଶ ସ୍ୱଚ୍ଛ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଶ୍ରୀ ହଳଧର ନିଆଲ ଯୋଗ ଦେଇ “ସ୍ୱଚ୍ଛତା ହିଁ ସୁସ୍ଥତା’ ବିଷୟକୁ ଅବତାରଣା କରିଥିଲେ । ଠିକ ସେହିପରି ନେହୁରୁ ଯୁବ କେନ୍ଦ୍ରର ଜିଲ୍ଳା ଯୁବ ଅଧିକାରୀ ଶ୍ରୀ ବି. ରମେଶ ସ୍ୱଚ୍ଛତା ନିମନ୍ତେ ସମଗ୍ର ଜିଲ୍ଳାରେ ମାସ ସାରା କରାଯାଇଥିବା କାର୍ଯ୍ୟକ୍ରମ ଗୁଡିକର ତଥ୍ୟ ପ୍ରଦାନ କରିବା ସହ ସ୍ୱଚ୍ଛତାକୁ ଏକ ନିରବଛିନ୍ନ ପ୍ରକ୍ରିୟା ଭାବେ ଯୁବ ସମାଜ କାର୍ଯ୍ୟକରି ସମାଜ ସେବାରେ ବ୍ରତୀ ହେବାପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲା ଯୁବ ରେଡ଼କ୍ରସ ଜିଲ୍ଲା ସମ୍ପାଦକ ଡ଼ଃ ଭାସ୍କର ନାଥ ବିଶ୍ୱାଳ କ୍ଲିନ ଇଣ୍ଡିଆ କାର୍ଯ୍ୟକ୍ରମର ରୂପରେଖ ଓ ମାସ ସାରା ବିଭିନ୍ନ ସମୟର କାର୍ଯ୍ୟ ଉପରେ ତଥ୍ୟ ସମ୍ବଳିତ ବୃତ୍ତଚିତ୍ର ଉପସ୍ଥାପନ କରିଥିଲେ । ଜାତୀୟ ସେବା ସଂସ୍ଥାର ଜିଲ୍ଲା ସଂଯୋଜକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ଯୋଗଦେଇ ସ୍ୱଚ୍ଛତା ଓ ସୁସ୍ଥତାରେ ଜାତୀୟ ସେବା ସଂସ୍ଥାର ଭୂମିକା ବିଷୟରେ ଆଲୋଚନା କରିବା ସହ ସ୍ୱେଚ୍ଛାସେବୀଙ୍କୁ ନିଜ ବ୍ୟକ୍ତିତ୍ୱର ବିକାଶ ସହ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଏହି ସଂସ୍ଥାରେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ସମଗ୍ର କାର୍ଯ୍ୟାଶାଳାକୁ ସଂଯୋଜନା କରିଥିଲେ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶ୍ରୀ ଶମ୍ଭୁ ପ୍ରସାଦ ହୋତା । ଏଥିରେ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଜାହାଙ୍ଗିର ମହମ୍ମଦ, ଅଧ୍ୟାପିକା ଶ୍ରୀମତୀ ମାନସୀ ମହାପାତ୍ର, ପ୍ରାଧ୍ୟାପକ ଡ଼ଃ ନୀଳାଚଳ ମିଶ୍ର, ଶ୍ରୀ ଜିତେନ୍ଦ୍ର ରଥ, ଶ୍ରୀ ଡି. ଗୋବିନ୍ଦା ରାଓ, ଶ୍ରୀ ଅଶ୍ୱିନୀ ବେହେରା ନିଜ ନିଜ ମତ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ କଲେଜ ପରିସରକୁ ସଫେଇ କରାଯିବା ସହ କଲେଜ ପରିସରକୁ ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରିବାର ସଂକଳ୍ପ ନିଆଯାଇଥିଲା । ସ୍ୱେଚ୍ଛାସେବୀଙ୍କୁ ନିଜ ଘର ପ୍ରଥମେ ସଫା କରି ପରେପରେ ସମାଜ ସେବାକୁ ଆଗେଇନେବାକୁ ଜିଲ୍ଲା ସଂଯୋଜକ ଶ୍ରୀ ହୋତା ଆହ୍ୱାନ ଦେଇଥିଲେ । କାର୍ଯ୍ୟଶାଳାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଯୋଗ ଦେଇଥିଲେ । ନେହୁରୁ ଯୁବକେନ୍ଦ୍ର ସହ ଜିଲ୍ଳା ଜାତୀୟ ସେବା ସଂସ୍ଥା ମିଳିତ ଭାବେ ଆଗାମୀ ଦିନରେ ଅନେକ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ଘୋଷଣା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

19 + 10 =