ନିଆଁଦାଉରୁ ରକ୍ଷା ପାଇବା କୌଶଳ ପ୍ରଦର୍ଶନ କଲେ ଅଗ୍ନିଶମ ବିଭାଗ

0 62

ନବରଙ୍ଗପୁର,୨୧/୫- ଆଜି ନବରଙ୍ଗପୁର ଜିଲ୍ଲାପାଳ ଡ଼. କମଳ ଲୋଚନ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଜିଲ୍ଲା ଅଗ୍ନିଶମ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ୱାରା ଏକ ମକ୍‌ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଅଗ୍ନିଜନିତ ଦୁର୍ଘଟଣା ସମୟରେ କିପରି ନିଜକୁ ଅଗ୍ନିଦାଉରୁ ରକ୍ଷା କରିପାରିବା ଏବଂ ତାର ପ୍ରତିକାର ବିଷୟରେ ସମସ୍ତଙ୍କୁ ଅବଗତ କରଯାଇଥିଲା । ଏଥିସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯାଇଥିଲା । ସେହିପରି ଜିଲ୍ଲା କାର୍ଯ୍ୟାଳୟରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାର ସ୍ଥାପନା ପାଇଁ ନିରୀକ୍ଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀକାଳୀନ ବିଭାଗର ଅଧିକାରୀ ମୌସୁମୀ ନାୟକ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ଡିପିଏମ ସୁଶାନ୍ତ କୁମାର ପ୍ରହରାଜ, ଜିଲ୍ଲା ହସ୍ପିଟାଲ ମ୍ୟାନେଜର ବିଭୂଦତ ଶତପଥି, ସହକାରୀ ଅଗ୍ନିଶମ ଅଧିକାରୀ କୁନୁ ନାୟକ, ଆଗ୍ନିକ କର୍ମଚାରୀ ଭରତ କର୍କରା, ମୋହନ ବେହେରା, ବିକାଶ ମାଝୀ, ପ୍ରଫୁଲ୍ଲ କୁମାର ବେହେରା, ଶଙ୍କର ବେହେରା, ଲେବର ସିଂ ମାଝୀ, ଭି ଭବାନୀ ପାତ୍ର, ଗିରିଧାରୀ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 × 5 =