ରାଜ୍ୟସ୍ତରୀୟ ଚିତ୍ରାଙ୍କନା ପ୍ରତିଯୋଗିତାରେ ତରୁଣ ମିର୍ଗାନ ପ୍ରଥମ

0 58

ନବରଙ୍ଗପୁର,୨୩/୨- ଓଡିଶା ଆଇନ ସେବା ପ୍ରାଧିକରଣ, କଟକ ଆନୁକୁଲ୍ୟରେ ଅନଲାଇନ ମାଧ୍ୟମରେ ୩୦ଟି ଜିଲ୍ଲାର ଆଇନ ସାକ୍ଷରତା କ୍ଲବ ମଧ୍ୟରୁ ଜିଲ୍ଲାସ୍ତରୀୟ ଓ ଆଞ୍ଚଳିକ ସ୍ତରରୁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କ୍ଷୁଦ୍ରନାଟକ, ପ୍ରବନ୍ଧ, ବକୃତା ଓ ଚିତ୍ରାଙ୍କନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମହିଳା ସଶକ୍ତିକରଣ, ପରିମଳ ବ୍ୟବସ୍ଥା, ଟ୍ରାଫିକ ନିୟମାବଳୀ ଓ ବହୁ ବିଷୟ ବସ୍ତୁକୁ ନେଇ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ନବରଙ୍ଗପୁର ଜିଲ୍ଲାର ଆଇନ ସାକ୍ଷରତା କ୍ଲବ ଆର.ସି.ଡି. ନୋଡାଲ ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ର ତରୁଣ ମିର୍ଗାନ ଉକ୍ତ ଜିଲ୍ଲାସ୍ତରୀୟ ଓ ଆଞ୍ଚଳିକ ସ୍ତରରୁ ଚିତ୍ରାଙ୍କନ ପ୍ରତିଯୋଗିତାରେ ମନୋନୀତ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

hiring

ଉକ୍ତ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଛାତ୍ର ତରୁଣ ମିର୍ଗାନ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତାଙ୍କର ଏହି କୃତିତ୍ୱ ଉପରେ ଜିଲ୍ଲା ଜଜ୍‌ ଶ୍ରୀଯୁକ୍ତ ସଂଜୀବ ଦୁବେ, ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ଶ୍ରୀମତୀ ଅପର୍ଣ୍ଣା ମହାପାତ୍ର, ବରିଷ୍ଠ ଦେବାନୀ ଜର୍ଜ ଶ୍ରୀମତୀ ଅନ୍ନପୂର୍ଣ୍ଣା ନାୟକ ପ୍ରମୁଖ ପ୍ରଶଂସା କରି ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥଲେ ।

hiranchal ad1
Leave A Reply

Your email address will not be published.

1 × 1 =