ନବରଙ୍ଗପୁରରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

0 93

ନବରଙ୍ଗପୁର,୨୪/୧- ଜାତୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଜି ନବରଙ୍ଗପୁର ମିଶନ ଶକ୍ତି ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ଦିବସର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରି କହିଲେ, ୨୦୦୮ ମସିହାରୁ ଭାରତ ସରକାର ବାଳିକା ମାନଙ୍କର ଅଧିକାର ଓ ସଶକ୍ତି କରଣ ନିମନ୍ତେ ପ୍ରତିବର୍ଷ ଶିଶୁ କନ୍ୟା ଦିବସ ପାଳନ ପାଳନ କରୁଛନ୍ତି । ପ୍ରତ୍ୟେକ ଝିଅ ମାନଙ୍କର ସୁରକ୍ଷା ଓ ଉଜ୍ଜଳ ଭବିଷ୍ୟତ ହିଁ ସରକାରଙ୍କ ଲକ୍ଷ୍ୟ । ନିଜର ବକ୍ତବ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ପୁଅ ମାନଙ୍କ ଠାରୁ ଝିଅ ମାନେ କୌଣସି ଗୁଣରେ କମ ନୁହଁନ୍ତି । ପ୍ରତିଟି ଝିଅ ଅନନ୍ୟା । ଖୁସିର କଥା ଆମ ଜିଲ୍ଲାରେ ପୁରୁଷ ମାନଙ୍କ ଅନୁପାତରେ ମହିଳା ମାନଙ୍କ ସଂଖ୍ୟା ଅଧିକ କିନ୍ତୁ ସମାଜରେ ରକ୍ଷଣଶୀଳ ମନୋଭାବ ଓ ଝିଅ ମାନଙ୍କ ପ୍ରତି ଆମର ଦୃଷ୍ଟିକୋଣରେ ସେମାନଙ୍କୁ ପଛରେ ବୋଲି କୁହାଯାଉଛି ବୋଲି ମତବ୍ୟକ୍ତ କରିଥିଲେ । ସମୟରେ ପରିବର୍ତ୍ତନ ଆସିଛି, ତେଣୁ ଆମ ମାନଙ୍କୁ ମିଳିମିଶି ବାଳିକା ମାନଙ୍କର ଶିକ୍ଷାକୁ ସୁନିଶ୍ଚିତ କରିବା ସହିତ ଜିଲ୍ଲାକୁ ଏକ ବାଲ୍ୟବିବାହ ମୁକ୍ତ ଜିଲ୍ଲା ଭାବରେ ଗଢିତୋଳିବା । ପରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଦିବାକର ବାହୁକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାର ହଲଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ, ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ମଧୁସୂଦନ ନାୟକ, ଆକ୍ସନଏଡର ଜିଲ୍ଲା ସଂଯୋଜକ ଦାତା ଫକିର ଚରଣ ରାଉତ ସମାଜରେ ମହିଳା ମାନଙ୍କର ସମସ୍ୟା, ବିଶେଷକରି କିଶୋରୀ ବାଳିକାମାନେ ସେମାନଙ୍କ ଜୀବନରେ ଯେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହାକୁ ଦୃଢ ଭାବରେ ମୁକାବିଲା କରି ଆଗକୁ ଚାଲିବା ସହିତ, ସେମାନଙ୍କର ମାନବିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା, ସମସ୍ତ ଶିଶୁ କନ୍ୟା ମାନେ ଯେପରି ସମାନ ଭାବରେ ଶିକ୍ଷା ପାଇପାରିବେ ଏହି ସବୁ ବିଷୟରେ ଆଲୋଚନା କରିବା ସହିତ ଜିଲ୍ଲାରେ ବାଲ୍ୟବିବାହର କାରଣ ଓ ନିରାକରଣ ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏସେ ଗୀତା , ଯମୁନା ଭତ୍ରା, ଗୀତାଞ୍ଜଳି ମିଶ୍ର, ସୁରମା ମହାପାତ୍ର, ସଂଯୁକ୍ତା ବେହେରା, ବିରଜା ମୋହିନୀ ପାଙ୍ଗି, ପ୍ରୋବେଶନ ଅଫିସର କିଶୋର ମାର୍ଥା ଅନୁଷ୍ଟାନ ଅଧିକାରୀ କୁନିମଣି ସ୍ୱାଇଁ ପ୍ରମୁଖ ବକ୍ତାମାନେ ଜିଲ୍ଲାରେ ବାଳିକା ଶିକ୍ଷାର ଗୁରୁତ୍ୱ , ବାଲ୍ୟବିବାହର କାରଣ ଓ ନିରାକରଣର ବିଭିନ୍ନ ଦିଗ, ଲିଙ୍ଗଗତ ବିଷମତା ଏହି ସବୁ ବିଷୟରେ ଆଲୋଚନା କରିଥିଲେ । ଶେଷରେ ଜିଲ୍ଲାରେ ନିଜେ ନିଜର ବାଲ୍ୟ ବିବାହକୁ ରୋକିବା ସହିତ ଜିଲ୍ଲାରେ ଅନ୍ୱେଷା ଅଭିଯାନ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବାଲ୍ୟବିବାହ ନିରାକରଣ ତଥା କିଶୋରୀ ସଶକ୍ତିକରଣ ଓ ଅଦ୍ୱିକା କାର୍ଯ୍ୟକ୍ରମର ସଫଳ ରୂପାୟନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥବା ୧୫ ଜଣ କିଶୋରୀ ମାନଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ଅତିରିକ୍ତ ଜିଲ୍ଲାପାଳ ସମ୍ମାନିତ କରିଥିଲେ । ଶେଷରେ ନନ୍ଦହାଣ୍ଡି ସିଡିପିଓ ସସ୍ମିତାବାଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

nine − eight =