ନବରଙ୍ଗପୁର ମହାବିଦ୍ୟାଳୟ ଯୁବ ରେଡ଼କ୍ରସର ତ୍ରି-ଦିବସିୟ ତାଲିମ୍‌ ଶିବିର ଉଦଯାପିତ

0 161

ନବରଙ୍ଗପୁର,୯/୧୦- ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ଅନୁକୂଲ୍ୟରେ ନବରଂଗପୁର ମହାବିଦ୍ୟାଳୟ ଯୁବ ରେଡକ୍ରସ ଦ୍ୱାରା ତିନିଦିନିଆ ଶିକ୍ଷା ଓ ତାଲିମ୍‌ ଶିବିର ଉଦଯାପିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର ଯୋଗ ଦେଇଥିବାବେଳେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ମମତା ଭତ୍ରା, କଲେଜର ପୂର୍ବତନ ଅଧ୍ୟକ୍ଷା ଡ଼ଃ. ୱାଇ. ଭେଙ୍କଟେଶ୍ୱରୀ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ବିନୋଦ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିବାବେଳେ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା, ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ଓ ରେଡ଼କ୍ରସ ପରାମର୍ଶଦାତା ଡ଼ଃ. ସଂଯୁକ୍ତା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଏହି ତିନିଦିନିଆ କାର୍ଯ୍ୟକ୍ରମରେ ନବରଙ୍ଗପୁର ମହାବିଦ୍ୟାଳୟ ,ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ ନବରଙ୍ଗପୁର ଡିଗ୍ରୀ ମହିଳା ମହାବିଦ୍ୟାଳୟର ରେଡ଼କ୍ରସ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରେଡକ୍ରସ୍‌ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଯଥା ରେଡକ୍ରସର ଇତିହାସ , ମୌଳିକ ନୀତି ,ରକ୍ତଦାନ ,ପ୍ରାଥମିକ ଚିକିତ୍ସା ପ୍ରଣାଳୀ ,ସଡ଼କ ସୁରକ୍ଷା ,ନିଆଁ ଲିଭାଇବା ପ୍ରଣାଳୀ, ସ୍ୱଚ୍ଛ ଭାରତ ଭଳି ଅନେକ ବିଷୟରେ ସ୍ୱେଚ୍ଛାସେବୀ ମାନଙ୍କୁ ତାଲିମ୍‌ ଦିଆଯାଇଥିଲା । ରେଡକ୍ରସ୍‌ର ଜିଲ୍ଲା ଆବାହକ ଡ ଭାସ୍କର ନାଥ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ରେଡକ୍ରସ୍‌ ପରାମର୍ଶଦାତା ଅଧ୍ୟାପକ ଦିଲ୍ଲୀପ କୁମାର ହୋତା, ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା , ଅଧ୍ୟାପକ ମହମ୍ମଦ ଜାହାଙ୍ଗିର, ଅଧ୍ୟାପିକା ମାନସୀ ମହାପାତ୍ର, ଅଧ୍ୟାପକ ଅଶ୍ୱିନୀ ବେହେରା, ଅଧ୍ୟାପିକା ରଜନୀ ମିଞ୍ଜ, ଅଧ୍ୟାପିକା ନିର୍ମଳା ହିକକ୍କା ,ଅଧ୍ୟାପକ ଜିତେନ୍ଦ୍ର ରଥ ,ଅଧ୍ୟାପକ ଡି. ଗୋବିନ୍ଦା ରାଓ,ପ୍ରାଧ୍ୟାପକ ଡ଼ଃ.ନୀଳାଚଳ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । । ବିଭିନ୍ନ ସମୟରେ ଆୟୋଜିତ ପ୍ରଶିକ୍ଷଣ ପର୍ବରେ ଇନ୍ଦ୍ରାବତୀ ମହାବିଦ୍ୟାଳୟ ଅଧ୍ୟାପକ ତଥା ଜାତୀୟ ସ୍ତରର ପ୍ରଶିକ୍ଷକ ଡ଼ଃ. ରଞ୍ଜନ କୁମାର ସ୍ୱାଇଁ ଅତି ତାଲିମ ପ୍ରଦାନ କରିଥିଲେ । ଅନ୍ୟତମ ପ୍ରଶିକ୍ଷିକା ଭାବେ ସତ୍ୟସାଇ ସଂସ୍ଥା ତରଫରୁ ଅଧ୍ୟାପିକା ସ୍ୱପ୍ନା ମହାନ୍ତି ଯୋଗଦେଇ ସ୍ୱେଚ୍ଛାସେବୀଙ୍କୁ ୟୁନିଟି ଅଫ୍‌ ଫେଥ୍‌ ବିଷୟରେ ଅତି ସରଳ ଭାବରେ ବୁଝାଇଥିଲେ । ଆଜି ଶେଷ ଦିନର କାର୍ଯ୍ୟକ୍ରମରେ ସହକାରୀ ଅଫିସର ସୁହାଶିଷ ମୁଦୁଲି ଓ ଜିଲ୍ଳା ପରିବହନ ବିଭାଗର ସହକାରୀ ବରିଷ୍ଠ ଅଧିକାରୀ ଉପେନ୍ଦ୍ର ପୁସିକାର ଯଥାକ୍ରମେ ନିଆଁ ଲିଭାଇବା ତରିକା ଓ ଟ୍ରାଫିକ ନିୟମ ବିଷୟରେ ପ୍ରଶିକ୍ଷଣ ଦେଇ ଅନେକ ପରାମର୍ଶ ଓ ଦିଗଦର୍ଶନ ସ୍ୱେଚ୍ଛାସେବୀ ମାନଙ୍କୁ ଦେଇଥିଲେ । ଜିଲ୍ଲା ରେଡକ୍ରସ ସଂଯଯୋକ ଅଖିଳ କୁମାର ଭଟ୍ଟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷ ପର୍ଯ୍ୟାୟରେ ସ୍ୱେଚ୍ଛାସେବୀ ମାନେ ନିଜ ନିଜ ଅନୁଭୂତି ପ୍ରକାଶ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଥିବା ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ଜଗନ୍ନାଥ ମହାପାତ୍ର ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ କର୍ମଚାରୀଙ୍କ ସହ ମହିଳା ଡିଗ୍ରୀ ମହାବିଦ୍ୟାଳୟର ରେଡ଼କ୍ରସ ପରାମର୍ଶଦାତା ଅଧ୍ୟାପିକା ଡ଼ଃ. ସଂଯୁକ୍ତା ପଣ୍ଡା, ଆଦର୍ଶ ମହାବିଦ୍ୟାଳୟର ଡ଼ଃ. ଲଷ୍ମୀ ବେହେରା,ଅଧ୍ୟାପକ ଚକ୍ରପାଣି ସାହୁ ସହଯୋଗ କରିଥଲେ ।

hiranchal ad1
Leave A Reply

Your email address will not be published.

10 − eight =