ସୁବର୍ଣ୍ଣ ଜୟନ୍ତୀ ମଶାଲ ଶୋଭାଯାତ୍ରାରେ ସାମିଲ ହେବ ଜିଲ୍ଲାର ସର୍ବପୁରାତନ ମଶାଲ

0 217

ନବରଙ୍ଗପୁର,୧୦/୧୦:- ଆସନ୍ତା ୧୨ ତାରିଖରେ ହେବାକୁ ଥିବା ନବରଙ୍ଗପୁର ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଶୁଭ ଉଦଘାଟନ ମଶାଲ ଶୋଭାଯାତ୍ରାରେ ସାମିଲ ହେବ ଜିଲ୍ଳାର ସର୍ବ ପୁରାତନ ମଶାଲ । ଏଥିପାଇଁ ପୂର୍ବତନ ଛାତ୍ର ସଂସଦ (ଆଲୁମିନାଇ ଏସୋସିଏସନ୍‌), ମହାବିଦ୍ୟାଳୟ ପ୍ରଶାସନ, ଜିଲ୍ଲା ପ୍ରଶାସନ, ଧାର୍ମିକ ପୀଠସ୍ଥଳି, ରାଜନେତା, ସମାଜସେବୀ, ସର୍ବସାଧାରଣ ଓ କଲେଜ ଛାତ୍ର ଛାତ୍ରୀ ଜାତି, ଧର୍ମ, ଦଳ, ବର୍ଣ୍ଣ ଓ ନିର୍ବିଶେଷରେ ସମସ୍ତେ ଏଥିରେ ସାମିଲ ହେବେ । ନବରଙ୍ଗପୁର ମାଟିର ପ୍ରସିଦ୍ଧ ଶକ୍ତିପୀଠ ମାଁ ଭଣ୍ଡାରଘରଣୀ ମନ୍ଦିର ଠାରୁ ଏହି ମଶାଲ ବାହାରି ମହାବିଦ୍ୟାଳୟରେ ସମାପନ ହେବ । ନବରଙ୍ଗପୁର ଜିଲ୍ଳାର ସର୍ବପୁରାତନ ମଶାଲ ୧୯୮୫ ମସିହାରେ ନବରଙ୍ଗପୁର ଠାରୁ ଏହି ମଶାଲ ବାହାରି ପାପଡ଼ାହାଣ୍ଡି ସହିଦ ପୀଠରେ ସାମିଲ ହୋଇଥିଲା । ତତ୍କାଳୀନ ଛାତ୍ର ନେତା ଓ କ୍ରୀଡାବିତମାନେ ସର୍ବାଗ୍ରେ ଜି. ବାଲା କ୍ରିଷ୍ଣା ରାଓ, ସ୍ୱର୍ଗତ ଶିବ ପଟ୍ଟନାୟକ, ଶଙ୍କର ଗନ୍ତାୟତ, ପ୍ରଦୀପ ସାହୁ, ମୁନ୍ନା ତ୍ରିପାଠୀ ପ୍ରମୁଖ ଏହି ମଶାଲକୁ ନେଇ ଉପସ୍ଥିତ ଥିବା ସ୍ୱାଧିନତା ସଂଗ୍ରାମୀ ବିପ୍ଳବୀ ସୋନୁ ମାଝୀ, ମହମ୍ମଦ ବାଜି, ରବି ସିଂ ମାଝୀ, ସୀମାଞ୍ଚଳ ବେହେରା, ଜଗନ୍ନାଥ ତ୍ରିପାଠୀ ଓ ତତ୍କାଳୀନ ମନ୍ତ୍ରୀ ହବିବୁଲ୍ଲା ଖାନ ଗ୍ରହଣ କରିଥିଲେ । ସେହିଦିନ ଠାରୁ ଏହି ମଶାଲ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରାନ୍ତି ଦିବସ ଓ ସହିଦ ଦିବସରେ ଜଳି ଆସୁଛି । ୧୯୯୧ ମସିହା ମାର୍ଚ୍ଚ ୨୯ ତାରିଖ ଦିନ ପ୍ରବାଦ ପୁରୁଷ ବିଜୁବାବୁ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱର ପ୍ରଥମ କାର୍ଯ୍ୟକ୍ରମରେ ଏହାକୁ ଧରିଥିଲେ । ଏଥିପାଇଁ ଏହି ମଶାଲକୁ ୨୦୦୪ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତତ୍କାଳୀନ ମନ୍ତ୍ରୀ ରବି ନାରାୟନ ନନ୍ଦ, ବିଧାୟକ ଧର୍ମୁ ଗଣ୍ଡ, ବିଧାୟକ ରମେଶ ଚନ୍ଦ୍ର ମାଝୀ ଓ ଚଳଚ୍ଚି଼ିତ୍ର ନିଗମ ଅଧ୍ୟକ୍ଷ ମୁନ୍ନା ଖାଁଙ୍କ ଗହଣରେ ଲକ୍ଷ୍ମଣ ନାୟକଙ୍କ ଜୀବନୀ ପ୍ରଦର୍ଶନୀରେ ସୂଚନା ଭବନରେ ଏହି ମଶାଲକୁ ଛୁଇଁ ସମ୍ମାନ ଜଣାଇଥିଲେ । ୧୯୮୯ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ନବରଙ୍ଗପୁର ଶାସ୍ତ୍ରୀ ଭବନରେ ଇନ୍ଦିରା ସ୍ମୃତି ଦିବସରେ ପ୍ରଜ୍ୱଳନ କରିଥିଲେ । ୧୯୯୯ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ କ୍ରାନ୍ତି ଦିବସରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଅଜିତ ଯୋଗୀଙ୍କ ସହ ମିଶି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଏହାକୁ ପ୍ରଜ୍ୱଳନ କରିଥିଲେ । ଏକାଧିକ ରାଜ୍ୟପାଳ ନବରଙ୍ଗପୁର ଜିଲ୍ଲା ଆରମ୍ଭରୁ ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ପ୍ରତି ଅଗଷ୍ଟ ମାସ ୨୪ ତାରିଖରେ ଏହି ମଶାଲକୁ ପ୍ରଜ୍ୱଳିତ କରିଆସୁଛନ୍ତି । ରାଜ୍ୟର ଓ ଜିଲ୍ଳାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ମଶାଲ ଜଳିଛି । ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଏହି ମଶାଲ ଶୋଭାଯାତ୍ରାରେ ୩୭ ବର୍ଷ ପରେ ଏହି ପବିତ୍ର ମଶାଲକୁ କଲେଜର ପୂର୍ବତନ ଛାତ୍ର ତଥା ରାଜ୍ୟର ବିଶିଷ୍ଟ କ୍ରୀଡାବିତ ଜି. ବାଲା କ୍ରିଷ୍ଣା ପୁଣିଥରେ ଏହାର ଜିମା ନେଇ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଜ୍ୱଳନ ପରେ ମହାବିଦ୍ୟାଳୟରେ ପହଞ୍ଚାଇବେ । ୧୯୬୧ ରେ ରେଜିଷ୍ଟ୍ରି ପ୍ରାପ୍ତ ହୋଇଥିବା ସ୍ୱାଧିନତା ସଂଗ୍ରାମୀ ସହିଦ ସ୍ମୃତି ସଂସଦର ସଭାପତି ତଥା ମହାବିଦ୍ୟାଳୟର ପୂର୍ବତନ ଛାତ୍ର (୧୯୮୩ ଠାରୁ ୧୯୮୭) ମୁନ୍ନା ତ୍ରିପାଠୀଙ୍କୁ ଏହି ମଶାଲଟିକୁ ପ୍ରସ୍ତୁତି କରିବା ପାଇଁ ଆଲୁମିନାଇ କମିଟି ଦାୟିତ୍ୱ ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen + 17 =