ଜାତୀୟ ଶିଶୁ ସୁରକ୍ଷା ଆୟୋଗ ପରୀକ୍ଷା ପର୍ବରେ ପ୍ରେରଣାଦାୟୀ ବକ୍ତାଭାବେ ବନୀତା ମନୋନୀତ

0 70

ନବରଙ୍ଗପୁର,୨୯/୪- ପ୍ରଧାନମନ୍ତ୍ରୀ ବାଲ ପୁରସ୍କାର ବିଜୟିନୀ ନବରଙ୍ଗପୁର ମାଟିର ଝିଅ ବନୀତା ଆଉ ଏକ ସଫଳତା ହାସଲ କରିଛନ୍ତି । ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ନୂଆଦିଲ୍ଲୀ, ଜାତୀୟ ସ୍ତରରେ ଆୟୋଜିତ କରୁଥିବା ପରୀକ୍ଷା ପର୍ବ (୪୦) କାର୍ଯ୍ୟକ୍ରମରେ ପ୍ରେରଣାଦାୟୀ ବକ୍ତାଭାବେ ମନୋନୀତ ହୋଇ ପୁଣିଥରେ ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି । ଆସନ୍ତା ମଇ ମାସ ୨ ତାରିଖରେ ନୂଆଦିଲ୍ଲୀସ୍ଥିତ ଶିଶୁ ଅଧିକାର ସୁରକ୍ଷା କାର୍ଯ୍ୟାଳୟରେ ଜାତୀୟ ସ୍ତରୀୟ ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ପରୀକ୍ଷା ଚାପରୁ ବିଦ୍ୟାର୍ଥିମାନେ କିପରି ମୁକ୍ତ ହୋଇ ପାରିବେ ‘ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ପ୍ରେରଣାଦାୟୀ ବକ୍ତାଭାବେ ଯୋଗଦେଇ ସେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମ ଦୂରଦର୍ଶନ, ୟୁଟୁବ ଓ ଅନ୍ୟ ସାମାଜିକ ଗଣମାଧ୍ୟମ ଗୁଡିକରେ ପ୍ରଚାରିତ ହେବ । ସିବିଏସଇ ବୋର୍ଡ ତଥା ଦେଶର ବିଭିନ୍ନ ରାଜ୍ୟରେ ଦଶମ ବୋର୍ଡ ପରୀକ୍ଷା ଚାଲିଥିବା ଛାତ୍ରଛାତ୍ରୀ ମାନଙ୍କୁ ଚାପମୁକ୍ତ ହୋଇ ପରୀକ୍ଷା ଦେବାପାଇଁ ଏହା ସହାୟକ ହେବ ବୋଲି ବନୀତା ପ୍ରକାଶ କରିଛନ୍ତି । ଜାତୀୟ ସ୍ତରରେ ଏଭଳି କାର୍ଯ୍ୟକ୍ରମରେ ଭାଗ ନେବାରେ ସେ ପ୍ରଥମ ଓଡ଼ିଆ ସ୍କୁଲ ଛାତ୍ରୀ ଅଟନ୍ତି । ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ସେ ଦିଲ୍ଲୀ ଯାତ୍ରା କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × 1 =