ବ୍ୟକ୍ତିଗତ କାରଣ ଯୋଗୁଁ ଇସ୍ତଫା ଦେଲେ ୱାର୍ଡ ସଭ୍ୟା

0 71

ନନ୍ଦାହାଣ୍ଡି,୧୮/୧୧ – ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ଲାଉଗୁଡା ୭ ନମ୍ବର ୱାର୍ଡମେମ୍ବର ବ୍ୟକ୍ତିଗତ କାରଣ ଯୋଗୁଁ ଶ୍ରୀମତୀ ସାବି ମୁଦୁଲି ଇସ୍ତଫା ଦେଇଛନ୍ତି । ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ବିଷୋୟୀଙ୍କ ଉପସ୍ଥିତିରେ ଜଗନ୍ନାଥପୁର ସରପଞ୍ଚ ଭକ୍ତି ଅମନାତ୍ୟଙ୍କୁ ସେ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ୨୦୨୨ର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସେ ନିର୍ଦନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ତାଙ୍କର ବ୍ୟକ୍ତିଗତ ଅସୁବିଧା ଥିବାରୁ ସେ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଥିବା କହିଛନ୍ତି ।

hiranchal ad1
Leave A Reply

Your email address will not be published.

10 + twenty =