ନାଳ ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ

0 459

ବୌଦ୍ଧ : କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ତିନିବର୍ଷ ହେଲା ବୌଦ୍ଧ ସହର ମଧ୍ୟରେ ଏକ ନାଳ ନିର୍ମାଣ କାର୍ଯ୍ୟ ଚାଲିଛି । ରାଜନପାଲି, ପଲାସ, ଟୁଟୁସିଙ୍ଗା, ତେତେଲେଙ୍ଗା ଓ ବୌଦ୍ଧର ଥିବା ଚାଷଜମି ଗୁଡିକର ଉଦବୃତ୍ତ ଜଳ ନିଷ୍କାସନ କରିବା ପାଇଁ ଏହି ନାଳର ଉଦ୍ଦେଶ୍ୟ ଥିବାବେଳେ ଏହାଦ୍ୱାରା ଚାଷୀ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ଆଣିଛନ୍ତି ଖୋଦ୍ ଚାଷୀମାନେ । ଚାଷୀଙ୍କ ଅଭିଯୋଗ ଅନୁଯାୟୀ ଅସଂପୂର୍ଣ୍ଣ ସ୍ଥାନରୁ କାର୍ଯ୍ୟ ଆରମ୍ଭ ନହୋଇ ବୌଦ୍ଧ ଆଇଟିଆଇ ପାଖରୁ ଆବର୍ଜନା ଜଳ ନିଷ୍କାସନ ପାଇଁ ବିଭାଗ କାମ କରୁଅଛି । ଏହାଦ୍ୱାରା ଚାଷଜମିର ଉଦବୃତ୍ତ ଜଳ ନିଷ୍କାସନ ହୋଇପାରିବ ନାହିଁ ଓ ଚାଷୀଙ୍କ ଓଲଟା କ୍ଷତିହେବ ବୋଲି ଅଭିଯୋଗ କରିଛନ୍ତି ।

hiring


ସରକାରୀ ଜମି ଥାଉଥାଉ ବେସରକାରୀ ଜମି ଉପରେ ନାଳ ନିର୍ମାଣ ହେଉଅଛି । ଏହି ଘରୋଇ ଜମିକୁ କ୍ଷୁଦ୍ର ଜଳସେଚନ ବିଭାଗ ଅଧିଗ୍ରହଣ ମଧ୍ୟ କରିନାହିଁ । କିଛି ଲୋକଙ୍କୁ ସବିଧା ଦେବାପାଇଁ ଓ ସେମାନଙ୍କର ପ୍ରତାରଣରେ ଏ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୁଏ । ପ୍ରାୟ ୧କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲିଥିବା ଏହି କାମପାଇଁ ବିଭାଗ ପକ୍ଷରୁ କୌଣସି ସର୍ଭେ କରାଯାଇନଥିବା ଚାଷୀମାନେ ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହା ସହିତ ଅଭିଯୋଗପତ୍ରର ନକଲ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗର ପ୍ରମୁଖ ଶାସନ ସଚିବ, କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀ, ୫ଟି ସଚିବ, ବିଧାୟକ ବୌଦ୍ଧ ଓ ନିର୍ବାହୀ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବୌଦ୍ଧଙ୍କ ନିକଟକୁ ପଠାଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

five × 1 =