ବିଡ଼ିଓଙ୍କ ଅଣଦେଖା ଓ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇଲେ ନିର୍ବାଚିତ ଜନପ୍ରତିନିଧି

0 47

ନନ୍ଦାହାଣ୍ଡି ,୧୬/୧:- ନନ୍ଦାହାଣ୍ଡି ବ୍ଲକ ବିଡ଼ିଓଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କୁ ସବୁ କ୍ଷେତ୍ରରେ ଅଣଦେଖା ତଥା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ବାବଦରେ ବିଡ଼ିଓଙ୍କ ଦ୍ୱାରା ସୂଚନା ପ୍ରଦାନ ନ କରିବା ଅଭିଯୋଗ କରି ଆଜି ସମସ୍ତ ଜନପ୍ରତିନିଧି ବ୍ଲକ ଘେରାଉ କରିବା ସହ ତାଲା ପକାଇଥିଲେ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ବଦଳି ଦାବିରେ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ଦେଇ ଧାରଣା ଦେଲେ ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀ ଓ ଉପାଧ୍ୟକ୍ଷ ସଦନ ଗୈଡ ଙ୍କ ସହ ବ୍ଲକର ୧୧ ଟି ପଞ୍ଚାୟ ର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ । ବିଡ଼ିଓଙ୍କ ଦ୍ୱାରା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ବାବଦରେ ସଠିକ ସୂଚନା ନଦେବା , ବୈଠକ ପୂର୍ବଦିନ ରାତିରେ ହ୍ୱାଟ୍ସଆପ ଗ୍ରୁପରେ ମେସେଜ ଦିଆଯିବା , ଅନେକ ମେମ୍ବରଙ୍କ ସ୍ମାର୍ଟ ଫୋନ ନଥିବା ବେଳେ ବୈଠକ ବାବଦରେ ଅବଗତ ହୋଇନପାରି ବୈଠକରେ ଯୋଗ ଦେଇ ପାରୁନଥିବା ଅଭିଯୋଗ କରିଛନ୍ତି । ଏ ବାବଦରେ ଅନେକଥର ବିଡିଓଙ୍କୁ ସୂଚନା ଦିଆଯାଉଥିଲେ ମଧ୍ୟ କୌଣସି ପରିବର୍ତ୍ତନ ହେଉନଥିବା ଅଭିଯୋଗ କରିଛନ୍ତି । ଏଥିସହ ବିଡ଼ିଓଙ୍କ ଦ୍ୱାରା ବିଭିନ୍ନ ସମୟରେ ଗାଁ କୁ ଯାଇ ହିତାଧିକାରୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଅଭିଯୋଗ କରିଛନ୍ତି ଧାରଣାରତ ଜନପ୍ରତିନିଧି । ଯେତେଦିନ ଯାଏଁ ବିଡ଼ିଓଙ୍କ ବଦଳି ନ ହୋଇଛି ସେତେଦିନ ଯାଏଁ ଧାରଣାରୁ ଉଠିବେ ନାହିଁ ବୋଲି କହିଛନ୍ତି ଧାରଣାରତ ପ୍ରତିନିଧି । ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ଦେଇ ଧାରଣା ଦେଲେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ସହିତ ବ୍ଲକର ୧୧ ଟି ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ । ଅପରପକ୍ଷରେ ସେ କୌଣସି ଭୁଲ କରିନଥିବା ଏବଂ ସମସ୍ତ ପ୍ରତିନିଧିଙ୍କୁ ସ୍ଥାନୀୟ ପିଇଓଙ୍କ ଦ୍ୱାରା ସୂଚନା ପ୍ରଦାନ କରାଯାଉଥିବା କହିଛନ୍ତି ବିଡ଼ିଓ । ତାଙ୍କ ବିରୁଦ୍ଧରେ ଆଣିଥିବା ସମସ୍ତ ଅଭିଯୋଗ ମିଥ୍ୟା ବୋଲି ଶ୍ରୀ ସାହୁ କହିବା ସହ ଲୋକ ପ୍ରତିନିଧି ମାନେ ଯେଉଁ ତଥ୍ୟ ମାଗୁଛନ୍ତି ସେହି ତଥ୍ୟ ଆଗାମୀ ସମିତି ବୈଠକରେ ଉପସ୍ଥାପନା କରାଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ବିନା କୌଣସି ମୌଖିକ ବା ଲିଖିତ ପ୍ରତିଶ୍ରୁତି ପରେ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ସରପଞ୍ଚ ଓ ସମିତି ସଭ୍ୟ ମାନେ କୌଣସିି ସୁଚନା ନ ଦେଇ ଧାରଣାରୁ ଉଠିଥିଲେ ।

hiranchal ad1
Leave A Reply

Your email address will not be published.

17 + 12 =