ଦିନ ଦ୍ୱିପହରରେ ରାସ୍ତା ମଝିରେ ଭାଲୁ

0 397

ନନ୍ଦାହାଣ୍ଡି,୨୧/୮:- ଆଜି ଦିନ ଦ୍ୱିପହରରେ ରାସ୍ତା ମଝିରେ ଭାଲୁ ଦେଖିବାକୁ ମିଳିଛି । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରୀ ପଞ୍ଚାୟତ ଅନ୍ତର୍ଗତ ପଠାନଗୁଡା ରାସ୍ତାରେ । ଏହି ରାସ୍ତା ଦେଇ ଲୋକେ ଯିବା ସମୟରେ ଆତଙ୍କ ଖେଳାଇଛି ଏହି ଭାଲୁ । ଭୟରେ ରାସ୍ତା ମଝିରେ ମୋଟର ସାଇକେଲ ଛାଡ଼ି ବାଇକ ଚାଳକ ଚାଲିଯାଇଥିବାବେଳେ ଭାଲୁଟି ବାଇକ ଉପରେ ଚଢିଥିବା ନଜରକୁ ଆସିଛି । ଉକ୍ତ ରାସ୍ତାରେ ଯାଉଥିବା ଲୋକଙ୍କ କହିବା ଅନୁସାରେ ବିଗତ ଦିନ ତଳେ ଧଣ୍ଡୋରା ପଞ୍ଚାୟତ ଅନ୍ତର୍ଗତ ପଥରଲସା ଗ୍ରାମର ଦୁଇଗୋଟି ଛେଳିକୁ ଏହି ଭାଲୁ ମାରି ଖାଇବାର ଦୃଶ୍ୟ ଭାଇରାଲ ହୋଇଥିବା ଓ ଭାଲୁଟି ରକ୍ତମୁଖା ହୋଇଥିବା ଲୋକେ କହୁଥିବା ଶୁଣିବାକୁ ମିଳିଛି । ଏ ବାବଦରେ ବନବିଭାଗ କ’ଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକିରହିଲା ।

hiranchal ad1
Leave A Reply

Your email address will not be published.

five × two =