ଅବ୍ୟବସ୍ଥା ଘେରରେ ଫୁଫୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ, ୮ ଟି ଶ୍ରେଣୀକୁ ୩ ଶିକ୍ଷକ

0 72

ନନ୍ଦାହାଣ୍ଡି,୨୧/୧୦- ଫୁପୁଗାଁ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୮ଟି ଶ୍ରେଣୀକୁ ୩ ଶିକ୍ଷକ ପାଠ ପଢାଉଥିବାରୁ ପାଠପଢାରେ ନାନା ସମସ୍ୟା ସୃଷ୍ଟି ହେଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୯୪ ମସିହାରେ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଫୁପୁଗାଁ ଗ୍ରାମରେ ଏକ ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଛି । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୪୯ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ସେଥିମଧ୍ୟରୁ ୮୩ଜଣ ଛାତ୍ରୀ ଓ ୬୬ଜଣ ଛାତ୍ର । ଆଠଟି ଶ୍ରେଣୀର ପିଲାଙ୍କୁ ପାଠ ପଢାଉଛନ୍ତି ମାତ୍ର ୨ଜଣ ଶିକ୍ଷକ । ପ୍ରଧାନ ଶିକ୍ଷକ ଦୈତାରୀ ହରିଜନ ଓ ସହକାରୀ ଶିକ୍ଷକ ମିନତୀ ହିଆଲ, ବନମାଳୀ ବ୍ୟାକ୍ୟା । ପ୍ରଧାନ ଶିକ୍ଷକ ଯଦି ବିଦ୍ୟାଳୟ କାର୍ଯ୍ୟରେ ବାହାରକୁ ଗଲେ କିମ୍ୱା ଘରୋଇ କାମରେ ଛୁଟି ନେଇ ଅନୁପସ୍ଥିତ ରହିଲେ ତେବେ ସହକାରୀ ଶିକ୍ଷକ ୮ଟି ଶ୍ରେଣୀକୁ ଶିକ୍ଷାଦାନ କରନ୍ତି । ଯାହା ଗ୍ରହଣୀୟ ନୁହେଁ ବରଂ ହାସ୍ୟାସ୍ପଦ । ଶିକ୍ଷକ ଅଭାବ ଜନିତ ଅବ୍ୟବସ୍ଥା ଯୋଗୁଁ ହ୍ରାସ ପାଉଛି ପିଲାଙ୍କ ଶୈକ୍ଷିକ ଦକ୍ଷତା ଓ ଶିକ୍ଷାଦାନ । ସରକାରଙ୍କ ସର୍ବଶିକ୍ଷା ଅଭିଯାନ, ନୂତନ ଶିକ୍ଷାନୀତି ଅଧିକାର ଅଧିନିୟମ, ମଧ୍ୟାହ୍ନ ଭୋଜନ ଆଦି ମାଳମାଳ ଯୋଜନା ଛାତ୍ରୀଛାତ୍ର ମାନଙ୍କ ବୌଦ୍ଧିକ ଓ ମାନସିକ ବିକାଶର ଅଭିବୃଦ୍ଧି ସକାଶେ ପ୍ରଣୟନ କରିଛନ୍ତି । ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ରାଜକୋଷରୁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଛି । କିନ୍ତୁ ଛାତ୍ରୀଛାତ୍ରମାନେ ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହା ଫଳରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ରହିଥିବା ବିଦ୍ୟାଳୟ ଗୁଡିକରେ ନିୟମିତ ଶିକ୍ଷକଙ୍କ ଅଭାବ ଯୋଗୁଁ ବିଦ୍ୟାଳୟ ଗୁଡିକରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରମାନେ ପାଠ ପଢା ପ୍ରତି ବିମୁଖ ହୋଇ ବାହାରେ ବିଭିନ୍ନ ପ୍ରକାରର କାମରେ ନିୟୋଜିତ ହେଉଥିବା ଦେଖିବାକୁ ମିଳୁଛି । ଜଗନ୍ନାଥପୁର ପଞ୍ଚାୟତର ସରପଞ୍ଚ ଭକ୍ତି ଅମନାତ୍ୟ ଓ ପ୍ରଧାନ ଶିକ୍ଷକ ଦୈ÷ତାରୀ ହରିଜନ ବିଦ୍ୟାଳୟରେ ଶିକ୍ଷକ ନିୟୋଜିତ କରିବା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ୱାର ଅବଗତ କରିଆସୁଥିଲେ ମଧ୍ୟ ସେ ପଦବୀ ପୂରଣ ହୋଇପାରିନାହିଁ ି ବୋଲି କହିଛନ୍ତି । ଏଣୁ ପ୍ରଶାସନିକ ସ୍ତରରେ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷାର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବିଦ୍ୟାଳୟରେ ଖାଲିପଡିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − 5 =