ତ୍ରିରଙ୍ଗା ପତାକା ଫୋପଡା ଘଟଣାକୁ ନିନ୍ଦା

0 97

ନନ୍ଦାହାଣ୍ଡି,୧୬/୧୦:- ମୌଳିକ କର୍ତ୍ତବ୍ୟ ଭୁଲିଗଲା ବ୍ଲକ ପ୍ରଶାସନ । ସାରା ଦେଶ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତ୍ରିରଙ୍ଗା ପତାକା ସହ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋଟଚିତ୍ରକୁ ଅତି ବେଖାତିର ଭବେ ଫୋପାଡି ଦିଆଯାଇଛି ସିଡିତଳେ । ଏତିକିରେ ଅପମାନ ସରିନାହିଁ ପ୍ରତିଦିନ ଏହି ସିଡିଦେଇ ସରକାରୀ ବାବୁ, ବୁଦ୍ଧିଜୀବୀ ଏବଂ ରାଜନେତାମାନେ ଯିବାଆସିବା କରୁଥିଲେ ମଧ୍ୟ କାହାରି ନଜର ପଡୁନାହିଁ । କିଛି ଦିନ ପୂର୍ବେ ଏଠାରେ ଆଜାଦି କା ଅମୃତ ମହୋତ୍ସବ ପାଳନ ତଥା ଗାନ୍ଧୀ ଜୟନ୍ତୀ ଅବସରରେ ନନ୍ଦାହଣ୍ଡି ବ୍ଲକ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶନିବାର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପାହାଚ ପାର୍ଶ୍ୱରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋଟଚିତ୍ର ଓ ତ୍ରିରଙ୍ଗା ପତାକାକୁ ଆବର୍ଜନା ଭାବି ଫୋପଡାଯାଇ ତା ଉପରେ ପାନ ଛେପ ମଧ୍ୟ ପକାଯାଇଛି । ଏ ବାବଦରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବଶଙ୍କର ମୁର୍ମୁଙ୍କୁ ପଚାରିବାରୁ ମୁଁ ଅବଗତ ନଥିଲି ବୋଲି କହିଛନ୍ତି । ଏହି ଘଟଣାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି ।

hiranchal ad1
Leave A Reply

Your email address will not be published.

3 × one =