ଡାକ୍ତର ନଥିବା ଯୋଗୁଁ ରୋଗୀ ହନ୍ତସନ୍ତ

0 66

ନନ୍ଦାହାଣ୍ଡି,୨୫/୧:- ନବରଙ୍ଗପୁର ଜିଲ୍ଲା ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଡାକ୍ତର ଅଭାବ ଯୋଗୁଁ ରୋଗୀ ହନ୍ତସନ୍ତ ହେଉଛନ୍ତି । ଜିଲ୍ଲାରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ନିମନ୍ତେ ସରକାର ଅନେକ ଯୋଜନା କରିଛନ୍ତି । ରାଜ୍ୟ ସରକାର ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ନିମନ୍ତେ ବହୁତ କିଛି ଉନ୍ନତି କରିଛନ୍ତି ହେଲେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ଡକ୍ଟର ଅଭାବ ଦେଖାଦେଇଛି । ଦୀର୍ଘଦିନ ଧରି ଜଗନ୍ନାଥପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡକ୍ଟର ନଥିବା ଯୋଗୁଁ ରୋଗୀ ହନ୍ତସନ୍ତ ହେଉଛନ୍ତି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନନ୍ଦାହାଣ୍ଡି ବ୍ଲକର ଜଗନ୍ନାଥପୁର , ଝାଡବନ୍ଧଗୁଡା ପଞ୍ଚାୟତର ୧୫ ରୁ ଉର୍ଦ୍ଧ୍ୱ ଗ୍ରାମ ଓ ତେନ୍ତୁଳିଖୁଣ୍ଟି ବ୍ଲକ ର ମଞ୍ଚାଗାଁ ପଞ୍ଚାୟତ ଓ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ଜନସାଧାରଣ । ଏତଦ୍‌ ବ୍ୟତୀତ ବିଚ୍ଛିନ୍ନାଞ୍ଚଳ ଗ୍ରାମର ଗ୍ରାମବାସୀମାନେ ନିର୍ଭର କରିଥାନ୍ତି । ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟଙ୍କ ଦ୍ୱାରା ଚିକିତ୍ସା ଚାଲିଛି ଏଥିରେ ଏଟେଣ୍ଡେଣ୍ଟ ଓ ହେଲଥୱର୍କର ସହଯୋଗ କରୁଛନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରତିଦିନ ୩୦ ରୁ ୪୦ ଜଣ ରୋଗୀ ଆସିଥାନ୍ତି, ଯଦି କୌଣସି ଗୁରୁତର ରୋଗୀ ଆସିଲେ ସେମାନଙ୍କୁ ଡଙ୍ଗରଭେଜା ସିଏଚସିରେ ନେବାକୁ ପଡୁଛି କିନ୍ତୁ ସେଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସେଠାରେ ଡେପୁଟିସେନରେ ଯାଇଥିବା ଜଗନ୍ନାଥପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡକ୍ଟର ନିବେଦିତା ଗୌଡ ଓ ଏକମ୍ବାରୁ ଡେପୁଟିସେନରେ ଆସିଥିବା ଡକ୍ଟର ବିର କିଶୋର ମାଝୀ ଚିକିତ୍ସା କରୁଛନ୍ତି । ଯଦି କୌଣସି ଗୁରୁତର ରୋଗୀ ଆସିଥାନ୍ତି ତା ହେଲେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଦିଆଯାଇଥାଏ । ନନ୍ଦାହାଣ୍ଡି ବ୍ଲକ ସିଏଚସି ରେ ୬ ଗୋଟି ଡକ୍ଟର ଆବଶ୍ୟକ ଥିବା ବେଳେ ମାତ୍ର ଦୁଇ ଜଣ ଡାକ୍ତର ଚିକିତ୍ସା କରୁଛନ୍ତି । ଜଗନ୍ନାଥପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଚିକିତ୍ସକ ସହ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଚିକିତ୍ସକ ଯୋଗାଇ ଦେବାକୁ ଗ୍ରାମବାସୀ ଓ ବୁଦ୍ଧିଜୀବି ପ୍ରମୁଖ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × three =