ଓଡ଼ିଶାରେ ସର୍ବବୃହତ ଷ୍ଟିଲ ପ୍ଲାଂଟ କରିବ ନିପ୍ପନ, ୩୦ ମିଲିୟନ ଟନ୍‌ ଉତ୍ପାଦନ କ୍ଷମତା

0 59

ଭୁବନେଶ୍ୱର:- ଓଡ଼ିଶାରେ ନିପ୍ପନ କରିବ ସର୍ବବୃହତ ଷ୍ଟିଲ ପ୍ଲାଂଟ । ଓଡିଶାରେ ୩୦ ମିଲିୟନ ଟନ୍‌ କ୍ଷମତା ବିଶିଷ୍ଟ ଷ୍ଟିଲ୍‌ ପ୍ଲାଂଟ କରିବ ନିପ୍ପନ । ଆଜି ନିପନ ଷ୍ଟିଲ କର୍ପୋରେସନର ମୁଖ୍ୟ ଇଜି ହାସିମୋତୋଙ୍କ ସହ ସାକ୍ଷାତ ପରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବର୍ତମାନ ବିଶ୍ୱରେ ବାର୍ଷିକ ୨୦ ମିଲିଅନ ଟନ୍‌ ଉତ୍ପାଦନ କ୍ଷମତାର ପ୍ଲାଂଟ ଥିବା ବେଳେ ୩୦ ମିଲିଅନ ଟନ୍‌ ର ପ୍ଲାଂଟ ପାଇଁ ଯୋଜନା କରିଛି ନିପ୍ପନ । ମଙ୍ଗଳବାର ଟୋକିଓରେ ନିପ୍ପନ ଷ୍ଟିଲ ମୁଖ୍ୟ ଇଜି ହାସିମୋତୋ ଏବଂ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଆଲୋଚନା ବେଳେ ନିପ୍ପନ ମୁଖ୍ୟଙ୍କୁ ଓଡିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିପ୍ପନ ପ୍ଲାଂଟ ପ୍ରତିଷ୍ଠା ହେଲେ ଅଧିକାଂଶ ଓଡ଼ିଶାବାସୀଙ୍କୁ ସହାୟକ ହେବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।
ଅନ୍ୟପକ୍ଷରେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜାପାନୀ କମ୍ପାନିଙ୍କ ପ୍ରତିନିଧିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ସେଠାରେ ଓଡ଼ିଶା ବିଜନେସ ମିଟ୍‌ ମଧ୍ୟ ଆୟୋଜିତ ହେବ । ଏଥିରେ ରାଜ୍ୟରେ ନିବେଶ ସଂପର୍କିତ ସୁଯୋଗ ଓ ସମ୍ଭାବନା ସଂପର୍କରେ ଆଲୋଚନା ହେବ । ଓକୁରା ଟୋକିଓରେ ଆୟୋଜିତ ଏହି ବିଜନେସ ମିଟ୍‌ ରେ ଶିଳ୍ପ ଓ ବାଣିଜ୍ୟ ଜଗତର ୨୦୦ରୁ ଅଧିକ ପ୍ରତିନିଧି ଭାଗ ନେବେ । ସେମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ ।
ସେହିପରି ଆର୍ସେଲର ମିତଲ ନିପନ ଷ୍ଟିଲ୍‌ ଓଡିଶାର କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ୨ ଟି ଷ୍ଟିଲ୍‌ ପ୍ଲାଂଟ ପ୍ରତିଷ୍ଠା କରିବ । କେନ୍ଦ୍ରାପଡାରେ ୧.୦୨ ଲକ୍ଷ କୋଟି ଟଙ୍କାର ପୁଂଜି ନିବେଶରେ ୨୪ ଏମଟିପିଏ ଇଂଟିଗ୍ର୍ର୍ର୍ରେଟେଡ୍‌ ଷ୍ଟିଲ ପ୍ଲାଂଟ ପ୍ରତିଷ୍ଠା ହେବ । ସେହିପରି ଜଗତସିଂହପୁର ଜିଲ୍ଲାରେ ୩୮ ହଜାର କୋଟି ଟଙ୍କାରେ ୭ ଏମଟିପିଏ ଷ୍ଟିଲ ପ୍ଲାଂଟ ପ୍ରତିଷ୍ଠା କରିବ ଆର୍ସେଲର ମିତଲ ନିପନ ଷ୍ଟିଲ୍‌ ।

hiranchal ad1
Leave A Reply

Your email address will not be published.

eighteen − 7 =