ମାଁ ଭଣ୍ଡାରଘରଣୀଙ୍କ ପୀଠରେ ନବରାତ୍ରୀ

0 101

ନବରଙ୍ଗପୁର : ପ୍ରସିଦ୍ଧ ମାଁ ଭଣ୍ଡାରଘରଣୀଙ୍କ ମନ୍ଦିର ଉତ୍ସବ ମୁଖରିତ ହୋଇଉଠିଛି ଏହି ଶାରଦୀୟ ନବରାତ୍ର ଉପଲକ୍ଷେ। ପ୍ରତିପଦା ତିଥିରେ ଅଧିଷ୍ଠାତ୍ରୀ ଦେବୀଙ୍କ ପାଟ ଖଣ୍ଡାକୁ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା ପରେ ସ୍ଥାନୀୟ ପ୍ରତାପ ସାଗରରେ ସ୍ନାନ କରି ମନ୍ଦିରରେ ସ୍ଥାପନା କରି ବିଧିପୂର୍ବକ ପୂଜାକାର୍ଯ୍ୟ ଆରମ୍ଭ କରିଥିଲେ। ମନ୍ଦିର ଏହି ସମୟରେ ଶଙ୍ଖ, ହୁଳହୁଳି, ଘଣ୍ଟ, କାହାଳୀ, ଢୋଲ, କରତାଳ ଓ ଜୟକାରରେ ପ୍ରକମ୍ପିତ ହୋଇଉଠୁଛି । ଭକ୍ତଙ୍କ ଭିତରେ ଅହେତୁକ ଆଗ୍ରହ ଓ ଉତ୍ସାହ ପରିଲକ୍ଷିତ ହେଉଛି। ସକାଳ ଆଳତୀ ଠାରୁ ସନ୍ଧ୍ୟା ଆଳତି ଦେଇ ମଧ୍ୟରାତ୍ରୀରେ ପୂର୍ଣ୍ଣାହୁତି ହୋଇ ଆଳତି ପହଡ଼ ପଡୁଛି। ସରକାରଙ୍କ କୋଭିଡ କଟକଣା ମାନି ସମସ୍ତ ଭକ୍ତଗଣ ମାଁ ଭଣ୍ଡାରଘରଣୀଙ୍କ ଦର୍ଶନ ଓ ପୂଜା କରୁଛନ୍ତି। ମନ୍ଦିରର ସ୍ଵତନ୍ତ୍ର କୋଠରୀ ଭିତରେ ଏକହଜାର ଆଠ ଅଖଣ୍ଡ ଦୀପ ପ୍ରଜ୍ବଳିତ କରାଯାଇଛି ।

hiring

ଏହା ଦୀପ ପ୍ରତିପଦା ଠାରୁ ଦଶହରା ସକାଳ ଯାଏଁ ଅଖଣ୍ଡ ଭାବେ ଜଳଯାଏ। ଭକ୍ତମାନେ ନିଜ ନିଜ ମନସ୍କାମନା ପୂର୍ଣ୍ଣ କରି ଏହି ଦୀପ ପ୍ରଜ୍ବଳିତ କରିଥାନ୍ତି। ମନ୍ଦିର ପୂଜକ ବାବୁନା ରଥ ଓ ରାଜୀବ ପୂଜାରୀଙ୍କ କହିବା ଅନୁଯାୟୀ ପ୍ରଥମ ଦିନରେ ଶୈଳପୁତ୍ରୀ, ଦ୍ୱିତୀୟରେ ବ୍ରହ୍ମଚାରିଣୀ ସପ୍ତମୀ ତିଥିରେ ଅପରାଜିତା ଏହିପରି ନଅ ଦିନରେ ମାଁ ଭଣ୍ଡାରଘରଣୀଙ୍କ ରୂପରେ ପୁଜା ପାଆନ୍ତି। ରାଜ ପୁରୋହିତ ଶ୍ରୀ ନରସିଂହ ତ୍ରିପାଠୀଙ୍କ ତତ୍ତ୍ଵାବଧନରେ କୋଡ଼ିଏରୁ ଉର୍ଦ୍ଧ୍ବ ପୂଜକ ପୁଜା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ରାତ୍ର ଆଠ ଘଣ୍ଟା ଠାରୁ ମଧ୍ୟରାତ୍ରି ଯାଏଁ ବରିଷ୍ଠ ପୁରୋହିତ ଶ୍ରୀ ହରିହର ମହାପାତ୍ରଙ୍କ ଚଣ୍ଡୀ ପୁରାଣ ପାଠ ଶୁଣିବା ପାଇଁ ଭକ୍ତଙ୍କ ସମାବେଶ ଅନୁଷ୍ଠିତ ହେଉଛି। ଦଶାହରା ଦିନ ଅନ୍ୟ ସମସ୍ତ ପୀଠରୁ ମାଁ ଙ୍କ ଲାଠି ମନ ମାଁ ଭଣ୍ଡାରଘରଣୀ ମନ୍ଦିରକୁ ଆସି ମନ୍ଦିରରୁ ବିରାଟ ଶୋଭାଯାତ୍ରାରେ ଦଶହରା ପଦାକୁ ଯାଏ। ସେଠାରେ ଲାଖ ବିନ୍ଧା ହୋଇ ଦଶହରା ସମାପନ ହୁଏ।

hiranchal ad1
Leave A Reply

Your email address will not be published.

1 × five =