ପୋଲିସ ସହାୟତା କେନ୍ଦ୍ର ଉଦଘାଟନ କଲେ ନୟାଗଡ଼ ଏସ୍‌ପି ରାହୁଲ ଜୈନ

0 68

ନୟାଗଡ଼,୧୮/୬:- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଏନଏସି ଅଞ୍ଚଳରେ ବିଜେ ପ୍ରଭୁ ଶ୍ରୀ ଶ୍ରୀ ରଘୁନାଥଙ୍କ ମନ୍ଦିର ପରିସରରେ ଏକ ଫାଣ୍ଡି ଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ନହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିଲା । ଏହି ମନ୍ଦିର ପରିସରରେ ୯ ଦିନ ବ୍ୟାପି ରାମନବମୀ ଯାତ୍ରା ଓ ଅନ୍ୟାନ୍ୟ ଯାନିଯାତ୍ରା ହୁଏ । ଫାଣ୍ଡିରେ ପୋଲିସ କର୍ମଚାରୀ ରହୁନଥିବାରୁ ସେହି ସମୟରେ ମହିଳାଙ୍କ ବେକରୁ ସୁନାଚେନ ସହିତ ଅନ୍ୟାନ୍ୟ ଜିନିଷ ସବୁ ଲୁଟପାଟ ହେଉଥିଲା । ଏଭଳି ଅଘଟଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ପ୍ରକାଶ ପାଉଥିଲା । ଏହାକୁ ନେଇ ମନ୍ଦିର ପୂଜକ ସଭାପତି ପ୍ରଫୁଲ୍ଲ ମହାପାତ୍ର ଓ ସେବାସୀମାନେ ନୟାଗଡ଼ ଏସିପି ରାହୁଲ ଜୈନଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ପାଇବାପରେ ଏସ୍‌ପି ଶ୍ରୀ ଜୈନ ଗୁରୁତର ସହ ନେଇଛନ୍ତି ମନ୍ଦିର ପରିସରରେ ପୋଲିସ ସହାୟତା କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି । ଏଠାରେ ଜଣେ ଏଏସଆଇ, ଦୁଇଜଣ କନେଷ୍ଟବଳ ଏବଂ ହୋମଗାର୍ଡ ନିଯୁକ୍ତି କରିଛନ୍ତି ଏବଂ ପେଟ୍ରୋଲିଂ ପାଇଁ ଏକ ଦୁଇ ଚକିଆ ଗାଡି ମଧ୍ୟ ଯୋଗାଇଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଡ଼ିଏସପି ସୁକାନ୍ତ କୁମାର ପାତ୍ର, ଆର ଆଇ ବିଜୟ କୁମାର ମୁଦୁଲି, ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ଦେବୋତ୍ତର ମ୍ୟାନେଜର ତାପସ କୁମାର ପଟ୍ଟନାୟକ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ଓ ଓଡ଼ଗାଁ ପୋଲିସ କର୍ମଚାରୀ ଓ ସେବାୟତ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏସ୍‌ପିଙ୍କ ଏଭଳିି କାର୍ଯ୍ୟକୁ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

9 + four =