ଡେଙ୍ଗୁ ମଶାଙ୍କ ନିରାପଦ ଆଶ୍ରୟସ୍ଥଳୀ ପାଲଟିଚି ଇଟାମାଟି ଗ୍ରାମ ପଞ୍ଚାୟତ

0 36

ନୟାଗଡ଼,୨୬/୬:- ଡେଙ୍ଗୁ ମଶାଙ୍କ ନିରାପଦ ଆଶ୍ରୟସ୍ଥଳୀ ପାଲଟିଚି ଇଟାମାଟି ଗ୍ରାମ ପଞ୍ଚାୟତ । ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରି ନିଜର ଦାୟିତ୍ୱ ସାରି ଦେଉଥିବାବେଳେ, ଆନୁସଙ୍ଗିକ ବ୍ୟବସ୍ଥା କରୁନାହିଁ ସ୍ୱାସ୍ଥ୍ୟ ବିଭାଗ । ନୟାଗଡ଼ ଜିଲ୍ଲାର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବରେ ପରିଚିତ ଏହି ଜନବହୁଳ ଗ୍ରାମରେ ନା ଦିଆଯାଉଛି ମଶାରୀ, ନାଁ ହେଉଛି ମଶା ଔଷଧ ସିଞ୍ଚ଼ନ । ତେଣୁ ଦିନକୁ ଦିନ ମଶାଙ୍କର ପ୍ରାଦୁର୍ଭାବ ବଢି ଯାଇଥିବାବେଳେ ,ମଶା କାମୁଡିବା ଯୋଗୁଁ ଡେଙ୍ଗୁ, ମ୍ୟାଲେରିଆ, ଚିକୁନଗୁନିଆ ରୋଗ ହେବାର ସଂଭାବନା ବଢି ଚାଲିଛି । ଏହାର ପ୍ରତିକାର ପାଇଁ ସର୍ବ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

4 + ten =