ବାସନ୍ତୀ ମଞ୍ଜରୀ ମେମୋରିଆଲ କ୍ରିକେଟ କପ୍‌, ଗ୍ରାଣ୍ଡ ଫାଇନାଲରେ ଅଟ୍ରି ଚାଂପିଆନ

0 104

ଗଣିଆ,୨୯/୧୨- ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ବେଲପଡାପାଟଣା ଶ୍ରୀଶ୍ରୀ ରଘୁନାଥଜୀଉ କ୍ଲବ ଆନୁକୂଲ୍ୟରେ ବାସନ୍ତୀ ମଞ୍ଜରୀ ମେମୋରିଆଲ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଦଧିବାବନ ଜୀଉ ଉଚ୍ଚ଼ବିଦ୍ୟାଳୟ ଖେଳପଡ଼ିଆରେ ୪୪ତମ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜିର ଉଦଯାପନୀ ଦିବସରେ ଉଭୟ ଅଟ୍ରି କ୍ଲବ ( ବାଘମାରି ) ବନାମ ଢେଙ୍କାନାଳ କ୍ଲବ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମେ ଅଟ୍ରି(ବାଘମାରି) ଟସ୍‌଼ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ । ଅଧିନାୟକଙ୍କ ନିଷ୍ପତିକୁ ସଫଳ କରିବାକୁ ଯାଇ ୨୦ଓଭରରେ ୯ୱିକେଟ ବିନିମୟରେ ୨୬୯ ରନ କରିଥିଲେ । ଏହାର ଜବାବରେ ଦ୍ୱିିତୀୟ ଇନିଂସ ଖେଳରେ ଢେଙ୍କାନାଳଦଳ ବିଜୟ ଲକ୍ଷ୍ୟର ପିଛାକରି ୨୦ ଓଭରରେ ୯ ୱିକେଟ ହରାଇ ୨୪୨ ରନ କରିବାକୁ ସକ୍ଷମ ହୋଇଥିଲେ । ଆଜିର ମ୍ୟାଚରେ ଢେଙ୍କାନାଳକୁ ୨୮ରନରେ ପରାସ୍ତ କରି ଅଟ୍ରି (ବାଘମାରି) ଏବର୍ଷର ବାସନ୍ତୀ ମଞ୍ଜରୀ କପ୍‌କୁ ଅକ୍ତିଆର କରି ଚାମ୍ପିଆନ ହୋଇଛି । ଆଜିର ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ଆଟ୍ରି ଟିମର ସୁଶାନ୍ତ ସାହାଣୀ ସେ ୩୪ରନ୍‌ ସ୍କୋର କରିଥିବାବେଳେ ୩ଟି ୱିକେଟ ଅକ୍ତିଆର କରିଥିଲେ । ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଦିଲ୍ଲୀପ ରାଉତ ଓ ଢେଙ୍କାନାଳର ବେଷ୍ଟ ଖେଳାଳି ଭାବେ ସୁଶାନ୍ତ ପଣ୍ଡାକୁ ପୁରସ୍କୃତ କରାଯାଇଥିଲା । ଆଜିର ଗ୍ରାଣ୍ଡ ଫାଇନାଲ ଖେଳରେ ବେଲପଡାପାଟଣା ଗ୍ରାମ୍ୟ କମିଟିର ସଭାପତି ରବିନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲାର ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷ ଶେଷଦେବ ସ୍ୱାଇଁ ,କନ୍ଧମାଳ ସାଂସଦଙ୍କ ନୟାଗଡ଼ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର ,ଜିଲ୍ଲାପରିଷଦ ସଭ୍ୟ ମହେଶ୍ୱର ମହାରଣା ,ଉପାଧ୍ୟକ୍ଷାଙ୍କ ପ୍ରତିନିଧି ଦଣ୍ଡଧାର ଦାସ , ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ ,ଆଡକଟା ପଞ୍ଚାୟତର ସମିତିସଭ୍ୟ ଚନ୍ଦ୍ରଶେଖର ସାହୁ ମଞ୍ଚାସିନ ଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବେହେରା ଚାମ୍ପିଆନ ଟିମ୍‌କୁ ଟ୍ରଫି ସହିତ ୨୫,୦୦୦ଟଙ୍କା ନଗଦରାଶି ଓ ରନର୍ସଅଫ ଟିମକୁ ଟ୍ରଫିସହିତ ନଗଦ ରାଶି ୨୦,୦୦୦ ଟଙ୍କା ପ୍ରଦାନ କରିଥିଲେ । ଆଜିର ଉଦଯାପନୀ ଦିବସର ଖେଳକୁ ଦକ୍ଷ ଖେଳପରିଚାଳକ ସମୀର କୁମାର ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ସାହୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

four × 4 =