ନୟାଗଡ ପାଇଁ ଖ୍ୟାତି ଆଣିବ ବଲାଙ୍ଗୀ ପାର୍କ, ୨୦୨୩ରେ ଉଦଘାଟନ ସମ୍ଭାବନା

0 145

ଦଶପଲ୍ଲା : ନୟାଗଡରେ ବିଶ୍ୱ ସ୍ତରୀୟ ପାର୍କ ନିର୍ମାଣ ପାଇଁ ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ ପରିକଳ୍ପନା କରିଥିଲେ । ଅବ୍ୟବହୃତ ହୋଇ ପଡି ରହିଥିବା ବଲାଙ୍ଗୀ ବନ୍ଧ ଏବଂ ଏହାର ଚତୁପାର୍ଶରେ ପାର୍କ ନିର୍ମାଣ କରିବା ପାଇଁ ପରିକଳ୍ପନା ହୋଇଥିଲା । ଏଥିପାଇଁ ବିଭିନ୍ନ ବିଭାଗ ସହଯୋଗରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ନୟାଗଡ ପୈାର ପରିଷଦ ମାନ୍ୟତା ପାଇବା ପରେ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ଘଟିଥିଲା । ବଲାଙ୍ଗୀ ବନ୍ଧକୁ ପୁନଃରୁଦ୍ଧାର ସହ ଏହାର ଚର୍ତ୍ତୁପାଶ୍ୱର୍ ପଥର ପ୍ୟାଚିଂ ଏବଂ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇ ଏକ ସୁନ୍ଦର ଜଳାଶୟରେ ପରିଣତ କରାଯାଇଛି । ତିନି ପାଖରେ ରହିଥିବା ପାହାଡରୁ ବହି ଆସୁଥିବା ବର୍ଷା ଜଳକୁ ଡ୍ରେନ ମାଧ୍ୟମରେ ଜଳାଶୟରେ ପ୍ରବେଶ କରିବା ପାଇଁ ସୁବ୍ୟବସ୍ଥା ହୋଇଛି । ୧୪ ଫୁଟିଆ ଡ୍ରେନ ବ୍ୟବସ୍ଥା କରାଯିବା ସହ ଜଳାଶୟରୁ ଜଳ ନିଷ୍କାସନ ବ୍ୟବସ୍ଥା ମଧ୍ୟ କରାଯାଇଛି । ବଲାଙ୍ଗୀ ବନ୍ଧରେ ବୋଟିଂ ବ୍ୟବସ୍ଥା ଏବଂ ଜେଟି ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି ।

hiring

ଏହା ବାଦ ଚତୁପାର୍ଶରେ ରହିଥିବା ବିସ୍ତିର୍ଣ୍ଣ ସ୍ଥଳ ଭାଗକୁ ଭାଗ ଭାଗ କରି ପାର୍କ ନିର୍ମାଣ କରାଯାଉଛି । ପାର୍କିଂ ବ୍ୟବସ୍ଥା ସହ ୱାଚ ଟାୱାର, ଔଷଧୀୟ ବୃକ୍ଷରୋପଣ, ନିକଟସ୍ଥ ପାହାଡରେ ବିଭିନ୍ନ ପ୍ରଜାତୀର ଫୁଲ ଗଛ ଲଗାଯାଇଛି । ବନ୍ଧ ଚତୁପାର୍ଶରେ ବୃକ୍ଷରୋପଣ ସହ ଆମ୍ବ ବଗିଚା ଏବଂ ଅଶୋକ ବନ ନିର୍ମାଣ କରାଯାଇଛି । ଶିଶୁ ପାର୍କ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପାର୍କକୁ ଆକର୍ଷଣୀୟ କରିବା ପାଇଁ ଅନେକ ପଥର ମୂର୍ତ୍ତୀ ନିର୍ମାଣ କରାଯାଇଥିବା ଦେଖାଯାଇଛି । ପାନୀୟ ଜଳ ପାଇଁ ପାର୍କ ପରିସରରେ ବ୍ୟବସ୍ଥା କରାଯିବା ସହ ପାଣି ଟାଙ୍କିକୁ ମଧ୍ୟ ଆକର୍ଷଣୀୟ କରାଯାଇଛି । ପାର୍କ ପରିଭ୍ରମଣ ପାଇଁ ଚତୁପାର୍ଶରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ରେସ୍ତେରାଂ ଏବଂ ଅନ୍ୟାନ ନିର୍ମାଣ କାର୍ଯ୍ୟ ଦ୍ରୃତ ଗତିରେ ଚାଲୁ ରହିଛି । ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବାକୁ ଥିବା ବେଳେ ୨୦୨୩ ମସିହାରେ ବଲାଙ୍ଗୀ ପାର୍କ ଉଦଘାଟନ ହେବାର ସମ୍ଭାବନା ରହିଛି । ପାର୍କକୁ ବିଶ୍ୱ ସ୍ତରୀୟ କରିବା ପାଇଁ ଦୁଇ ପାହାଡ ମଧ୍ୟରେ ରୋପ ୱେ, ନୟାଗଡ ସଂଗ୍ରାହଳୟ ଭଳି ଅନେକ କାର୍ଯ୍ୟ କରାଯିବାର ସମ୍ଭାବନା ରହିଛି ।

ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ରହଣୀ ପାଇଁ ପାହାଡ ଉପରେ କଟେଜ ନିର୍ମାଣ କରାଯିବା ପାଇଁ ପରିକଳ୍ପନା କରାଯାଇଥିବା ଜଣାଯାଇଛି । ନୟାଗଡ ପୈାର ପରିଷଦ, ପୂର୍ତ୍ତ ବିଭାଗ, ବନବିଭାଗ, ବ୍ଲକ, ପର୍ଯ୍ୟଟନ ବିଭାଗ ଭଳି ଅନେକ ବିଭାଗ ଦ୍ୱାରା ଏହାର ନିର୍ମାଣ କାର୍ଯ୍ୟ କରାଯାଉଥିବା ଜଣାଯାଇଛି । କାମର ତଦାରଖ କରିବା ସହ କିଭଳି ଏହାର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ ହେବ ସେଥିପାଇଁ ନୟାଗଡ ବିଧାୟକ ଡ. ସାହୁ ଗୁରୁତ୍ୱ ଦେଉଥିବା ଜଣାଯାଇଛି । ବାରମ୍ବାର ଉକ୍ତ ସ୍ଥାନକୁ ଗସ୍ତ କରିବା ସହ କାର୍ଯ୍ୟ ସମୀକ୍ଷା କରୁଛନ୍ତି । ବିଭିନ୍ନ ବିଭାଗ ଅଧିକାରୀଙ୍କୁ ନେଇ ସଠିକ ଭାବେ ନିର୍ମାଣ କାର୍ଯ୍ୟ ସାରିବାକୁ ପ୍ରାଧାନ୍ୟ ଦେଉଛନ୍ତି । ବଲାଙ୍ଗୀ ପାର୍କ ନୟାଗଡ ପାଇଁ ସ୍ୱତନ୍ତ୍ର ଖ୍ୟାତି ଆଣିବା ସହ ଆଗାମୀ ଦିନରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

5 × five =