ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା, ଦିନକରେ ୧୨୧୬ ପଜିଟିଭ୍ ଚିହ୍ନଟ

0 183

ଭୁବନେଶ୍ୱର: ଧୀରେଧୀରେ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି । ଗତ କିଛି ଦିନ ତଳେ କରୋନା ସଂକ୍ରମଣ ହାର ସାମାନ୍ୟ ହ୍ରାସ ପରିଲକ୍ଷିତ ହେଉଥିବାବେଳେ ବର୍ତ୍ତମାନ ସଂକ୍ରମଣ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦୦୦ପାର୍ କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୧୨୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୧୦ଜଣ ରହିଥିବାବେଳେ ୫୦୬ଜଣ ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୧୮୭ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି । 

hiring

ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ  ସର୍ବାଧିକ ୪୫୬, ଅନୁଗୁଳରୁ ୬, କଟକରୁ ୮୦, ବାଲେଶ୍ୱରରୁ ୨, ବରଗଡରୁ ୨୧, ଭଦ୍ରକରୁ ୬, ବଲାଙ୍ଗୀରରୁ ୧୪, ବୌଦ୍ଧରୁ ୧, ଦେବଗଡରୁ ୮, ଢେଙ୍କାନାଳରୁ ୪, ଗଜପତିରୁ ୧, ଗଞ୍ଜାମରୁ ୯, ଜଗତସିଂହପୁରରୁ ୧୩, ଯାଜପୁରରୁ ୪୭, ଝାରସୁଗୁଡାରୁ ୩୩, କଳାହାଣ୍ଡିରୁ ୪, କେନ୍ଦ୍ରାପଡାରୁ ୯, କେନ୍ଦୁଝରରୁ ୨୫, କେରାପୁଟରୁ ୩, ମୟୂରଭଞ୍ଜରୁ ୪୦, ନବରଙ୍ଗପୁରରୁ ୧୩, ନୟାଗଡରୁ ୩, ନୂଆପଡାରୁ ୨, ପୁରୀରୁ ୩୦, ରାୟଗଡାରୁ ୮, ସମ୍ବଲପୁରରୁ ୯୯, ସୋନପୁରରୁ ୩, ସୁନ୍ଦରଗଡରୁ ୧୬୬ ଓ ରାଜ୍ୟପୁଲରୁ ୧୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୫୭ହଜାର ୮୭୬କୁ ବୃଦ୍ଧି ପାଇଛି । 

hiranchal ad1
Leave A Reply

Your email address will not be published.

6 + thirteen =