ଜେଲ୍‌ ଗଲେ ନିରଞ୍ଜନ

0 143

ଭଦ୍ରକ : ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଅବସରପ୍ରାପ୍ତ ଓଆଇଏସ ଅଧିକାରୀ ନିରଞ୍ଜନ ସେଠୀ ଶେଷର ଜେଲ୍‌ ଯାଇଛନ୍ତି । ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ନେଇ ପୁଲିସ ପ୍ରମାଣ ପାଇବା ପରେ ଅବସରପ୍ରାପ୍ତ ଓଆଇଏସ ଅଧିକାରୀ ନିରଞ୍ଜନ ସେଠୀ ଓ ଭୁବନେଶ୍ୱର ଖଣ୍ଡଗିରି ଛକଠାରେ ଥିବା ରାଜ କମୁନିକେସନର ମାଲିକ ରଞ୍ଜନ କୁମାର ନାୟକକୁ ଗିରଫ କରାଯାଇଥିଲା । ଏହା ପରେ ସେମାନଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ତେବେ ନିରଞ୍ଜନଙ୍କ ଜାମିନ ଖାରଜ ହୋଇଯିବାରୁ ତାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ଜେଲ ଯିବା ବାଟରେ ନିରଞ୍ଜନ ଗଣମାଧ୍ୟମକୁ କହିଛନ୍ତି ଯେ ସମୟ ସବୁ ସତ କହିବ ।

hiranchal ad1
Leave A Reply

Your email address will not be published.

20 + 17 =