ନୂଆପଡା ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର

0 484

ସିନାପାଲି,୧୪/୫:- ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଉପାନ୍ତ ଅଂଚଳ ନଙ୍ଗଲବୋଡ଼ ଘଟମାଲ ଗ୍ରାମପଞ୍ଚାୟତ ଭଟାପଡା ଠାରେ ନୂଆପଡା ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ନୂଆପଡା ଏସ ପି ରାଘବେନ୍ଦ୍ର ରେଡି ଯୋଗ ଦେଇ ନାଗରିକଙ୍କୁ ସଚେତନ କରିବାସହ ପୋଲିସ ଏବଂ ଜନତାଙ୍କ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଦୁଇଗୋଟି ଗ୍ରାମପଂଚାୟତର ନାଗରିକମାନେ ଯୋଗ ଦେଇଥିଲେ । ପୋଲିସ ପକ୍ଷରୁ ଏକ ଏଲଇଡି ପ୍ରଦାନ କରାଯାଇଛି । ସେହିପରି ଯୁବଗୋଷ୍ଠୀଙ୍କୁ ଖେଳ ଉପକରଣ ବଣ୍ଟନ କରିଥିଲେ । ସରକାରୀ ଯୋଜନାରେ ସାମିଲ ହେବାପାଇଁ ଆହ୍ୱାନ କରିଥିବାବେଳେ ଜନକଲ୍ୟାଣକାରୀ ଯୋଜନାରେ କୌଣସି ପ୍ରକାର ସମସ୍ୟା ଉପରେ ହିତାଧିକାରୀଙ୍କ ଅଭିଯୋଗ ଶୁଣିଥିଲେ ।

hiranchal ad1
Leave A Reply

Your email address will not be published.

7 + 2 =