୨୮ ଗୋଟି ପ୍ରକଳ୍ପ ପାଇଁ ୨ କୋଟିର ଆର୍ଥିକ ସହାୟତା ପ୍ରଦାନ

0 43

ନୂଆପଡ଼ା,୧୧/୭- ନୂଆପଡା ଜିଲ୍ଲା ଖଡ଼ିଆଳସ୍ଥିତ ଅଗ୍ରସେନ ଭବନ ପରିସରରେ ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ଏକ କାର୍ଯ୍ୟାଦେଶ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ନୂଆପଡା ବିଜେଡି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟଅତିଥି ଭାବେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଯୋଗଦାନ କରି କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ପ୍ରାୟ ୨୮ ଗୋଟି ପ୍ରକଳ୍ପକୁ ୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଏହି ୨୮ ଗୋଟି ପ୍ରକଳ୍ପ ମଧ୍ୟରେ ଖଡିଆଳର ତିରିବନ୍ଧ, ଚଳାନପଡା ଗାୟତ୍ରୀ ମନ୍ଦିର ରହିଛି । ଖଡ଼ିଆଳ ତିରବନ୍ଧକୁ ୬ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ କମିଟିର ଦୟା ଥପା, ମନୋଜ ଅଗ୍ରୱାଲ , ପ୍ରହଲ୍ଲାଦ ପୋଡ଼ ,ଖୁସିରାମ ଭୋଇ , ବାଧା ଭୋଇ ଓ ପୂଜକ ସରୋଜ ଥନାପତି ଓ ଚଲାନପଡା ଗାୟତ୍ରୀ ମନ୍ଦିର ଟ୍ରଷ୍ଟି କେତନ ସିଂ ବାରିକ ଓ ସୁକୁରାମ ବାରିକ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜେଡିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

hiranchal ad1
Leave A Reply

Your email address will not be published.

twenty − 20 =