ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ୮୭ ଜଣ ଦିବ୍ୟାଙ୍ଗଙ୍କ ନାମ ପଞ୍ଜିକୃତ

0 42

ଖଡ଼ିଆଳ୧୬/୫:- ନୂଆପଡା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣ ମଣ୍ଡପ ୨ ଠାରେ ପ୍ରତ୍ୟେକମାସ ତୃତୀୟ ମଙ୍ଗଳବାର ଦିନ ଖଡ଼ିଆଳ ଠାରେ ସ୍ୱତନ୍ତ୍ର ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ୮୭ ଜଣ ଦିବ୍ୟାଙ୍ଗଙ୍କ ନାମ ପଞ୍ଜିକୃତ କରିବାସହ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଅନଲାଇନରେ ନିଜ ନାମ ପଞ୍ଜିକୃତ କରିଥିବାବେଳେ ସେମାନଙ୍କୁ ଡାକ୍ତରୀ ପରୀକ୍ଷା କରିଛନ୍ତି । ସମସ୍ତଙ୍କୁ ସରକାରଙ୍କ ସମସ୍ତ ଯୋଜନାରେ ସାମିଲ କରିବାକୁ ଆହ୍ୱାନ କରିଥିଲେ । ନୂଆପଡା ଠାରେ ନିର୍ଦ୍ଧାରିତ ମାସର ଗୋଟିଏ ଦିନରେ ଏହି ଶିବିର ଅନୁଷ୍ଠିତ ହେଉଥିବାବେଳେ ଖଡ଼ିଆଳ, ବୋଡେ଼ନ ଏବଂ ସିନାପାଲିର ଦୂରତା ୧୦୦ ରୁ ୭୦ କିଲୋମିଟର ରହିଅଛି । ତେଣୁ ଖଡ଼ିଆଳଠାରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ କରି ତିନି ବ୍ଲକ ଭିନ୍ନକ୍ଷମ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରିଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ବେହେରା ପ୍ରକାଶ କରିଛନ୍ତି । ଏହି ଶିବିରରେ ସମସ୍ତ ବିଭାଗ ବିଶେଷଜ୍ଞ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

10 + nine =