ଭୁବନେଶ୍ୱର,: ରାଜ୍ୟ ସରକାର ଆଜି ଓଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି । ଶ୍ରମ ଓ ଇଏସ୍ଆଇ ବିଭାଗରେ ଅତିରିକ୍ତ ଶାସନ ସଚିବ ସୁଧାକର ବର୍ଗୀଙ୍କୁ ଓମ୍ବାଡ୍ସିର ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଓରେଡ଼ାର ଉପସଚିବ ଥିବା ବିଷ୍ଣୁପ୍ରିୟା ସାହୁଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପସଚିବ ଭାବେ ନିଯୁକ୍ତ କରାଯାଇଛି । ଏମାନଙ୍କ ସହିତ ମୋଟ ୮ଜଣ ଓଏଏସ୍ ଅଧିକାରୀଙ୍କର ବଦଳି କରାଯାଇଛି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।