ଆଇଏଏସ ପଦବୀକୁ ପଦୋନ୍ନତି ପାଇଲେ ୧୧ ବରିଷ୍ଠ ଓଏଏସ୍‌

0 279

ଭୁବନେଶ୍ୱର : ଓଡିଶା ପ୍ରଶାସନିକ ସେବା(ଓଏଏସ)ର ୧୧ଜଣ ବରିଷ୍ଠ ଅଧିକାରୀ ଆଇଏଏସ୍‌ ପଦବୀକୁ ପଦୋନ୍ନତି ପାଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତିରୁ ଏହା ଜଣାପଡ଼ିଛି । ଏହି ଅଧିକାରୀମାନଙ୍କୁ ୨୦୨୦ ସିଲେକ୍ଟ ଲିଷ୍ଟରେ ସାମିଲ କରାଯାଇଛି । ପରବର୍ତ୍ତୀ ସମୟରେ ଏହି ଅଧିକାରୀମାନଙ୍କୁ ଓଡିଶା କ୍ୟାଡର ଆବଣ୍ଟନ କରାଯିବ । କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏହି ବିଜ୍ଞପ୍ତି ଅନୁସାରେ,୨୦୨୦ ଜାନୁୟାରୀ ୧ରୁ ଡିସେମ୍ବର ୩୧ତାରିଖ ମଧ୍ୟରେ ଖାଲିପଡିଥିବା ପଦବୀରେ ୧୧ଜଣ ବରିଷ୍ଠ ଓଏଏସଙ୍କୁ ଆଇଏଏସ୍‌ ପଦବୀକୁ ପଦୋନ୍ନତି ଦିଆଯାଇଛି । ଆଇଏଏସ୍‌ ପଦବୀରେ ୨୦୨୦ ସିଲେକ୍ଟ ଲିଷ୍ଟରେ ସାମିଲ ଥିବା ଏହି ଅଫିସରମାନେ ହେଲେ ସୁଷମାରାଣୀ ଦେବୀ,ଦିଲ୍ଲୀପ ରାଉତରାଏ,ସୁଧାକର ବୁର୍ଗି, ଉଦ୍ଧବ ଚନ୍ଦ୍ର ମାଝୀ, ଜ୍ୟୋତି କୁମାର ଲାକ୍ରା, ଇନ୍ଦ୍ରମଣୀ ତ୍ରିପାଠୀ, ସୁବ୍ରତ ଶତପଥୀ, ତ୍ରିଲୋଚନ ପ୍ରଧାନ, ଆଲୋକ କୁମାର କର,ସୁଶାନ୍ତ କୁମାର ଦାଶ ଓ କମଳ ଲୋଚନ ମିଶ୍ର ଅଛନ୍ତି । ତେବେ ଏହି ଅଫିସରମାନଙ୍କ ଆଇଏଏସ୍‌ ପଦବୀରେ ନିଯୁକ୍ତି ଓଡିଶା ହାଇକୋର୍ଟରେ ସଞ୍ଜିତା ଦାସ ମାମଲା ଏବଂ ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କ ଦ୍ୱାରା ସ୍ୟାଟରେ ଚାଲିଥିବା ମାମଲାର ଶୁଣାଣିର ଫଳାଫଳ ଉପରେ ନିର୍ଭର କରୁଛି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ରାଜ୍ୟରେ ମୋଟ ୨୪୮ଟି ମଞ୍ଜୁରୀପ୍ରାପ୍ତ ଆଇଏଏସ୍‌ ପଦବୀ ଥିବାବେଳେ ସେଥିରୁ ଏବେ ୧୮୦ଟି ପଦବୀରେ ଅଫିସରମାନେ କାର୍ଯ୍ୟରତ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

15 − 1 =