ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ, କୋଭିଡ ଟେଷ୍ଟିଂ ବଢାଅ

0 84

ନୂଆଦିଲ୍ଲୀ : କରୋନା ସାଙ୍ଗକୁ ଓମିକ୍ରନ ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଥିବାରୁ ସେନେଇ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିଛନ୍ତି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କ୍ରମରେ ସରକାର ଆଜି ଓଡ଼ିଶା ସମେତ ୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି କୋଭିଡ ଟେଷ୍ଟିଂ ବଢାଇବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ରାଜ୍ୟଗୁଡ଼ିକ ହେଲା ତାମିଲନାଡ଼ୁ, ପଞ୍ଜାବ, ଉତ୍ତରପ୍ରଦେଶ, ଜମ୍ମୁ-କାଶ୍ମୀର, ବିହାର, ଉତ୍ତରାଖଣ୍ଡ, ମିଜୋରାମ ଓ ମେଘାଳୟ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଆରତୀ ଆହୁଜା ଏହି ଚିଠିରେ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟ ଗୁଡିକରେ ସଂକ୍ରମଣ ବଢୁଥିବାରୁ ଟେଷ୍ଟିଂ ବଢାଇବାକୁ ପଡ଼ିବ । ଏକ୍ଷେତ୍ରରେ ସାମାନ୍ୟ ଅବହେଳା ପରିସ୍ଥିତିକୁ ଅଧିକ ବିଗାଡ଼ି ଦେବ । ତୁରନ୍ତ ଓ ସଠିକ ଟେଷ୍ଟିଂ ବଢିଲେ ସଂକ୍ରମଣକୁ ରୋକାଯାଇପାରିବ । ଏହାକୁ ରାଜ୍ୟମାନେ ଗୁରୁତ୍ୱର ସହ ନେଇ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

4 × one =