ସୁବର୍ଣ୍ଣପୁର ଓଜେୟୁ ପକ୍ଷରୁ ୫-ଟି ସଚିବଙ୍କୁ ଦାବିପତ୍ର ପ୍ରଦାନ

0 108

ସୁବର୍ଣ୍ଣପୁର : ରାଜ୍ୟର କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାର୍ଥ ସମ୍ବଳିତ ୧୦ଦଫା ଦାବିପତ୍ର ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଅବସରରେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ପ୍ରଦାନ କରାଯାଇଛି । ପୂର୍ବରୁ ଭୁବନେଶ୍ୱର ଓ ମୟୁରଭଞ୍ଜରେ ରାଜ୍ୟ ସଂଘ ପକ୍ଷରୁ ରାଜ୍ୟ ସମାବେଶରେ ଏହି ଦାବି ସବୁ ମୁଖ୍ୟମନ୍ତ୍ରୀଙ୍କୁ ଉପସ୍ଥାପନା କରାଯାଇଥିବା ବିଷୟ ଆଲୋଚନା କରିଥିଲେ । ଏହାକୁ ଗୁରୁତର ସହ ବିଚାର କରିବାକୁ ଅନୁରୋଧ କରିଥିଲେ । ଏ ସବୁ ଦାବି ବିଷୟରେ ମୁଁ ଅବଗତ ଅଛି ଏବଂ ଏସବୁ ସମସ୍ୟାର ସମାଧାନ ଲାଗି ପ୍ରୟାସ ଓ ବିଚାର ବିମର୍ଶ ଚାଲିଥିବା ଶ୍ରୀ ପାଣ୍ଡିଆନ ସାମ୍ବାଦିକଙ୍କୁ ସୋନପୁରରେ କହିଥିଲେ । ସଂଘର ଉପଦେଷ୍ଟା ଦିଲ୍ଲୀପ ପାତ୍ରଙ୍କ ନେତୃତ୍ୱରେ ସୁବର୍ଣ୍ଣପୁର ଶାଖାର ସଭାପତି ମନୋରଞ୍ଜନ ତ୍ରିପାଠୀ, ରାଜ୍ୟ ସମ୍ପାଦକ ରାଜ କିଶୋର ତ୍ରିପାଠୀ, ସମ୍ପାଦକ ମହାଦେବ ମଲ୍ଲିକ ଓ କୋଷାଧ୍ୟକ୍ଷ ଭାସ୍କର ବାବୁ, ଶ୍ରଦ୍ଧାକାର ଦାଶ ପ୍ରମୁଖ ଅନେକ ସଭ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

three + 14 =