ଓରମାସ ଦ୍ୱାରା ପାଟଣାଗଡ଼ ବ୍ଳକ ସ୍ତରୀୟ ପରାମର୍ଶ ଶିବିର

0 61

ପାଟଣାଗଡ : ପାଟଣାଗଡ ବ୍ଳକ କାର୍ଯ୍ୟାଳୟଠାରେ ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ଅଧିନସ୍ଥ ଓରମାସ ଓ ଜିଲ୍ଲାପ୍ରଶାସନ ଦ୍ୱାରା ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଦ୍ୱାରା ବ୍ଳକର ପଞ୍ଚମରୁ ତଦୁର୍ଦ୍ଧ ଶିକ୍ଷାଗତ ଥିବା ଯୁବକ ଯୁବତୀମାନଙ୍କ ନେଇ ବ୍ଳକସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷ ନୀଳକାନ୍ତ ବାଗ ମୁଖ୍ୟ ଅତିଥି, ଉପାଧ୍ୟକ୍ଷା ଭାରପ୍ରାପ୍ତ ବିଡିଓ ପ୍ରଭାତ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ସହ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଦୀନଦୟାଳ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ଜିଲ୍ଲା ସଂଯୋଜକ ମୁକେଶ କୁମାର ସିଂ ଯୋଗଦେଇ ପଞ୍ଚମରୁ ତଦୁର୍ଦ୍ଧ ଯୋଗ୍ୟତା ଥିବା ସମସ୍ତ ବେକାର ଶିକ୍ଷିତ ଯୁବକଯୁବତୀମାନଙ୍କୁ ତିନିମାସରୁ ଉଦ୍ଧ୍ୱର୍ ମାଗଣାରେ ତାଲିମ ନେଇ ବିଭିନ୍ନ ବେସରକାରୀ ସଂସ୍ଥାମାନଙ୍କରେ ଚାକିରୀ କରିବାର ସୁଯୋଗ ଅଛି ବୋଲି ଜିଲ୍ଲା ସଂଯୋଜକ ଶ୍ରୀ ସିଂ ପ୍ରକାଶ କରିଥିଲେ । ଶିକ୍ଷିତ ଯୁବକଯୁବତୀମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ଏହି ଶିବିର ଲକ୍ଷ୍ୟ ବୋଲି କହିଥିଲେ । ଅନୁଷ୍ଠିତ ପରାମର୍ଶ ଶିବିରରେ ୨୫୬ ଜଣ ଶିକ୍ଷିତ ବେକାର ଯୁବକଯୁବତୀ ପଞ୍ଜିକରିଣ କରିଥିବା ବେଳେ ୧୯୬ ଜଣ ବିଭିନ୍ନ ସଂସ୍ଥା ତାଲିମ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଜୟ କୁମାର ବେହେରା କରିଥିବା ବେଳେ ଦକ୍ଷତା ବିଭାଗ ସଂଯୋଜକ ବିଚିତ୍ର ମୁଦୁଲିଙ୍କ ସମେତ ଅନ୍ୟ ଅଧିକାରୀମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen − 10 =