ରଦ୍ଦ ହେଲା ମାଲକାନଗିରି ଜିଲ୍ଲାର ଓଟିଇଟି ପରୀକ୍ଷା

0 84

ମାଲକାନଗିରି: ରଦ୍ଦ ହେଲା ମାଲକାନଗିରି ଜିଲ୍ଲାର ଓଟିଇଟି ପରୀକ୍ଷା । ଗତ ୨୯ ତାରିଖରେ ହୋଇଥିବା ଓଟିଇଟି ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍ ହୋଇଥିଲା। ଏହି ଖବର ଗଣମାଧ୍ୟମରେ ପ୍ରସାରଣ ହେବାପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଏନେଇ ଖୋଳତାଡ଼ ଆରମ୍ଭ କରିଥିଲେ। ପରେ ତଦନ୍ତ ରିପୋର୍ଟ ରାଜ୍ୟ ଶିକ୍ଷା ବିଭାଗ ନିକଟରେ ଦାଖଲ କରିଥିଲେ । ରାଜ୍ୟ ଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ବୋର୍ଡ କର୍ତ୍ତୃପକ୍ଷ ମାଲକାନଗିରି ଜିଲ୍ଲାର ତିନୋଟି ପରୀକ୍ଷା କେନ୍ଦ୍ରରେ ହୋଇଥିବା ଓଟିଇଟି ପରୀକ୍ଷାକୁ ବାତିଲ କରିଛନ୍ତି।
ପରୀକ୍ଷା ପୂର୍ବରୁ ଉତ୍ତର ସିଟ ଭାଇରାଲ ଘଟଣା । ଜିଲ୍ଲାର ତିନୋଟି ସେଣ୍ଟରରେ ହେଉଥିବା ପରୀକ୍ଷା ବାତିଲ ହୋଇଛି । ପୁନଃ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଅଗଷ୍ଟ ୨୯ ତାରିଖରେ ମାଲକାନଗିରି ସଦର ମହକୁମାର ତିନୋଟି ପରୀକ୍ଷା ସେଣ୍ଟରରେ ପ୍ରଶ୍ନପତ୍ର ଲିକ ହୋଇଥିଲା ।

hiring

ମାଲକାନଗିରି ସଦର ମହକୁମାରେ ଥିବା ସରକାରୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମୋଟ ୮୭୭ ଜଣ ଓଟିଇଟି ପରୀକ୍ଷା ଦେଇଥିଲେ । ହେଲେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ବାହାରେ ଲିକ୍ ହୋଇଯାଇଥିଲା । ଯାହା ସମଗ୍ର ଅଞ୍ଚଳରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପରୀକ୍ଷା ପ୍ରଶ୍ନର ଉତ୍ତର ୫ ହଜାର ଟଙ୍କାରେ ବିକ୍ରି ହୋଇଥିବା ଅଭିଯୋଗ ହୋଇଥିଲା ।
ପ୍ରକାଶ ଥାଉକି, ପୂର୍ବରୁ ଯେଉଁ ଶିକ୍ଷକମାନେ ଓଟିଇଟି ପରୀକ୍ଷା ନଦେଇ ପ୍ରାଥମିକ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଥିଲେ, ସେମାନଙ୍କୁ ଓଡିଶା ମାଧ୍ୟମିକ ଶିକ୍ଷା ବିଭାଗ ଓଟିଇଟି ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବା ପାଇଁ ଏହା ଥିଲା ଶେଷ ସୁଯୋଗ । ତେଣୁ ଚାକିରି ବଞ୍ଚାଇବା ଲାଗି ଶିକ୍ଷକମାନେ କଳେ ବଳେ କୌଶଳେ ଓଟିଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଲାଗି ପ୍ରୟାସ ଚଳାଇଥିଲେ। ଗତ ୨୯ ତାରିଖ ସକାଳ ୮ଟା ରୁ ୧୦.୩୦ ପର୍ୟ୍ୟନ୍ତ ପ୍ରଥମ ପର୍ୟ୍ୟାୟ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

19 + 15 =