ବିପୁଳ ପରିମାଣର ପୋଚ ଓ ରନ୍ଧା ଦେଶୀମଦ ନଷ୍ଟ

0 179

ବାଲିଗୁଡ଼ା:ଜୋର୍‌ ଧରିଲା ଦେଶୀମଦ ରନ୍ଧା ଓ ବିକ୍ରି ଅଭିଯାନ । ମଦ ଭାଟିରେ ପହଁଚି ବିପୁଳ ପରିମାଣର ପୋଚ ଓ ରନ୍ଧା ମଦ ନଷ୍ଟ କଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍‌ ଅନ୍ତର୍ଗତ ରାଣୀପଙ୍ଗା ପଞ୍ଚାୟତରେ । ସମ୍ପୃକ୍ତ ଅଞ୍ଚଳରେ ଦିନକୁ ଦିନ ଦେଶୀମଦ ରନ୍ଧା ଓ ବିକ୍ରି ବୃଦ୍ଧି ପାଉଥିବା ସହ ଅନେକ ଲୋକ ମଦ ପିଇ ପରିବାରରେ ଅଶାନ୍ତି ସୃଷ୍ଟି କରିବାସହ ଅନେକଙ୍କ ଅକାଳ ବିୟୋଗ ହୋଇଥିବା ଅଭିଯୋଗ ହେଉଛି । ଏଭଳି ସ୍ଥିତିରେ ରାଣୀପଙ୍ଗା ପଞ୍ଚାୟତର ପାଟାପଙ୍ଗା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଦ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି । ମହିଳାମାନେ ଏହି ପ୍ରଚେଷ୍ଟା ଜାରି ରଖିଥିବା ବେଳେ ପ୍ରଶାସନର ସହଯୋଗ ମିଳିଲେ ଅଞ୍ଚଳ ସମ୍ପୂର୍ଣ୍ଣ ମଦ ମୁକ୍ତ ହୋଇପାରନ୍ତା ଏବଂ ଅନେକ ପରିବାର ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ।

hiranchal ad1
Leave A Reply

Your email address will not be published.

three × 4 =