ପଛକୁ ଫେରିଲା ଆମ୍ବୁଲାନସ, ବାଇକରେ ବୁହା ହେଲେ ଗୁରୁତର ରୋଗୀ !

0 1,005

ବୌଦ୍ଧ -ବୌଦ୍ଧ ଜିଲ୍ଲାର ଗ୍ରାମାଞ୍ଚଳର ରାସ୍ତାବାଟର ଅବସ୍ଥା ବର୍ଷା ଦିନେ ଯାହା ହେଉଛି ନ ଦେଖିବା ଲୋକ ବିଶ୍ବାସ କରିପାରିବେ ନାହିଁ l କେବଳ କିଛି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମିତ ରାସ୍ତାକୁ ଛାଡି ଦେଲେ ଅନ୍ୟ ରାସ୍ତା ଗୁଡିକରେ ବର୍ଷା ଚାରି ମାସ ଯାତାୟତ କରିବା କଷ୍ଟକର l ଆଜି ସେଭଳି ବିକାଶର ଗୋଟିଏ ନଗ୍ନ ଚିତ୍ର ଦେଖିବାକୁ ମିଳିଥିଲା ବୌଦ୍ଧ ବ୍ଲକ୍ ଟିକରପଡ଼ା ଗ୍ରାମ ପଂଚାୟତର ତୁତୁମସିଂ ଗ୍ରାମରେ l ଜଣେ ଗୁରୁତର ରୋଗୀଙ୍କୁ ଡାକ୍ତର ଖାନା ଆଣିବା ପାଇଁ ଡକରା ପାଈ ବୌଦ୍ଧରୁ ଆମ୍ବୁଲାନସ୍ ଯାଇଥିଲା ତୁତୁମସିଂ ଅଭିମୁଖେ l ମେଣ୍ଢମାଲ୍ ପନ୍ଥାଇ ଛକରୁ ତୁତୁମସିଂ ଗ୍ରାମକୁ ଯିବା ବାଟରେ ରାସ୍ତା କଦର୍ଯ୍ୟ ଯୋଗୁଁ ଅଧାରେ ଅଟକି ଗଲା 108 ଆମ୍ବୁଲାନସ୍ l ଯେତେ ଚେଷ୍ଟା କରି ମଧ୍ୟ ଆମ୍ବୁଲାନସ୍ ଡ୍ରାଇଭର ଗାଡ଼ିକୁ ଆଗକୁ ନେଇ ପାରିଲେ ନାହିଁ l ପଛକୁ ଫେରିଲା ଆମ୍ବୁଲାନସ l ଖବର ପାଇ ରୋଗୀର ସମ୍ପର୍କୀୟ ପ୍ରାୟ 3 କିଲୋମିଟର କାଦୁଅ ପଚପଚ ବିପଦଜନକ ରାସ୍ତାରେ ବାଇକରେ ବସାଇ ଗୁରୁତର ରୋଗୀଙ୍କୁ ଆଣିଲେ ଆମ୍ବୁଲାନସ୍ ପର୍ଯ୍ୟନ୍ତ l ସେଠାରୁ ଆମ୍ବୁଲାନସରେ ଆସିଲେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ l ସେଥିପାଇଁ ଯେତେ ସମୟ ଅପଚୟ ହେଲା ଓ ଯେଉଁଭଳି ବିପଦଜନକ ଅବସ୍ଥାରେ ରୋଗୀ ବାଇକରେ ବୁହା ହେଲେ ତାହା ବାସ୍ତବରେ ଲଜ୍ଯାର ବିଷୟ l ପ୍ରତିବର୍ଷ ରାସ୍ତା ବାଟର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗ୍ରାମକୁ ଜରୁରୀ କାଳିନ ପରିସ୍ଥିତିରେ ଆମ୍ବୁଲାନସ କି ଦମକଳ ଯାଇ ନପାରିବା ଆମ ବିକାଶର ନଗ୍ନ ଚିତ୍ର ନୁହେଁ କି ?

hiranchal ad1
Leave A Reply

Your email address will not be published.

fifteen − ten =