ବିଶିଷ୍ଟ ସାହିତ୍ୟିକ ପଞ୍ଚାନନ ମିଶ୍ରଙ୍କ ଦେହାନ୍ତ

0 57

ସମ୍ବଲପୁର: ଇଂରାଜୀ ଓ ଓଡିଆ ଭାଷାସାହିତ୍ୟର ବିଶିଷ୍ଟ ଗବେଷକ, ଚିନ୍ତକ, ସାହିତ୍ୟ ସମାଲୋଚକ, କବି ତଥା ଶିକ୍ଷାବିତ୍‌ ଡକ୍ଟର ପଞ୍ଚାନନ ମିଶ୍ରଙ୍କର ହୃଦଘାତରେ ସମ୍ବଲପୁର ଦେହୁରିପାଲିସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଡକ୍ଟର ପଞ୍ଚାନନ ମିଶ୍ର ସମ୍ବଲପୁରର ଗଙ୍ଗାଧର ମେହେର ସ୍ୱୟଂଶାସିତ ମହାବିଦ୍ୟାଳୟ ସମେତ ରାଜ୍ୟର ବିଭିନ୍ନ କଲେଜରେ ଅଧ୍ୟାପନା କରିଥିଲେ । ସେ ସମ୍ବାଦ ସାହିତ୍ୟି ଘର, ସମ୍ବଲପୁର ଶାଖାର ପ୍ରଥମ ସଭାପତି ଥିଲେ । ତାଙ୍କର ଉଭୟ ଇଂରାଜୀ ଓ ଓଡ଼ିଆ ସାହିତ୍ୟ ପ୍ରତି ଯଥେଷ୍ଟ ଅବଦାନ ରହିଛି ।

hiranchal ad1
Leave A Reply

Your email address will not be published.

twenty + 2 =