ପଞ୍ଚାୟତ ନିର୍ବାଚନ : ଜିଲ୍ଲାରେ ବିଜେଡି ଓ କଂଗ୍ରେସ ମଧ୍ୟରେ ହେବ କଡା ଟକ୍କର !

0 203

ପାରଳାଖେମୁଣ୍ଡି : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଦିନ ଯେତିକି ପାଖେଇ ଆସୁଛି । ସେହି ମାତ୍ରାରେ ପ୍ରମୁଖ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ରାଜନୈତିକ ମାହୋଲ କି ପ୍ରଚାର ସେଭଳି କୌଣସି କିଛି ସରଗରମ ପରିଲକ୍ଷିତ ହୋଇ ନାହିଁ ।ହେଲେ ମଧ୍ୟ ଏ କ୍ଷେତ୍ରରେ କିଛି ଟା ଆଗୁଆ ରହିଥିବା ଭାବେ ପରିଲକ୍ଷିତ ହୋଇଛି ଜିଲ୍ଲା ବିଜେଡି ଓ ଜିଲ୍ଲା କଂଗ୍ରେସ ମଧ୍ୟରେ । ବିଜେଡି ପକ୍ଷରୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ଜିଲ୍ଲା ସଭାପତି ପ୍ରଦୀପ ନାୟକ କହିଛନ୍ତି ଯେ ଚଳିତ ନିର୍ବାଚନରେ ଜିତିବା ପାଇଁ ବିରୋଧୀ ଦଳ ମାନଙ୍କ ଠାରେ ସେଭଳି ଳକ୍ତଣସି କାର୍ଯ୍ୟକ୍ରମ କି ମୁଦ୍ଦା କି ଇସ୍ୟୁ ନାହିଁ ଯାହାକି କି ପାଥେୟ କରି ବିରୋଧୀ ଦଳ ଲୋକଙ୍କ ପାଖକୁ ଭୋଟ ମାଗିବାକୁ ଯିବ । ବର୍ତ୍ତମାନ ପାର୍ଥୀ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ବିଜେଡି ଦଳର ସମସ୍ତ ପାର୍ଥୀଙ୍କ ନାମାଙ୍କନ ପତ୍ର ବିଧିବଦ୍ଧ ଭାବେ କାଏମ ରହିଛି । ସେହି ପାର୍ଥୀମାନେ ନିଜର ପ୍ରତିଦ୍ୱନ୍ଦିତା କ୍ଷେତ୍ର ଅଞ୍ଚଳକୁ ଯାଇ ବିଜେଡି ଦଳର ସୁପ୍ରିମ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଓ ତାର ସଫଳତା, ନୀତି ଆଦର୍ଶ ପ୍ରଭୃତିକୁ ନେଇ ତୃଣମୂଳ ସ୍ତରରେ ଲୋକଙ୍କଠାରେ ପହଞ୍ଚାଇ ସେମାନଙ୍କ ଆସ୍ଥା ଭାଜନ ହେବେ । ଅନ୍ୟ ପକ୍ଷରେ ଏଇ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଣ୍ଡିଆ ଟୁ ଡେ ପକ୍ଷରୁ ଯେଉଁ ସର୍ଭେ ହୋଇଥିଲା । ସେଥିରେ ସେ ସାରା ଭାରତ ବର୍ଷରେ ଏକ ନମ୍ବର ମୁଖ୍ୟମନ୍ତ୍ରୀର ମାନ୍ୟତା ପାଇଛନ୍ତି । ଯାହାକି ଓଡ଼ିଶା ପାଇଁ ଅତ୍ୟନ୍ତ ଗୌରବ ଓ ଗର୍ବର ବିଷୟ ।ଏ ସବୁ ସଫଳତା ହିଁ ବିଜେଡି ଦଳର ମୁଖ୍ୟ ମୁଦ୍ଦା ଯାହାକୁ ନେଇ ତୃଣମୂଳ ସ୍ତରରେ ଲୋକଙ୍କ ପାଖକୁ ଯିବୁ । ଅନ୍ୟ ପକ୍ଷରେ ଚଳିତ ନିର୍ବାଚନ ରେ ୧୪ ଟି ଜିଲ୍ଲା ପରିଷଦ ଜୋନ୍‌ ମଧ୍ୟରୁ ଅଧିକାଂଶ ଜୋନ୍‌ ରେ ବିଜେଡି ହିଁ ଅକ୍ତିଆର କରିବ ବୋଲି ସଭାପତି ଶ୍ରୀ ପ୍ରଦୀପ ନାୟକ କହିଛନ୍ତି । ସେହିଭଳି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ କହିଛନ୍ତି ଯେ ଗ୍ରାମାଞ୍ଚଳ ଓ ଗ୍ରାମବାସୀଙ୍କ ସର୍ବାଙ୍ଗୀନ ବିକାଶ କରିବା କ୍ଷେତ୍ରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ହିଁ ଚଳିତ ନିର୍ବାଚନରେ ଆମର ମୁଦ୍ଦା ଓ ଇସ୍ୟୁ । ତାକୁ ପାଥେୟ କରି ଆମେ ଲୋକଙ୍କ ପାଖକୁ ଯିବୁ । କଂଗ୍ରେସ ଦଳ ତାର ଆଦର୍ଶ ଓ ଚିନ୍ତା ଧାରା ସମେତ ସବୁ କ୍ଷେତ୍ରରେ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖରେ ଉପସ୍ଥାପନ କରିବୁ । ଚଳିତ ପଞ୍ଚାୟତ ନିର୍ବାଚନରେ ଗଜପତି ଜିଲ୍ଲାର ୧୪ଗୋଟି ଜିଲ୍ଲା ପରିଷଦ ଜୋନ୍‌ ରେ କଂଗ୍ରେସ ଦଳ ପକ୍ଷରୁ ବଛା ବଛା ଶିକ୍ଷିତ ଓ କାମ କରି ପାରିବା ଭଳି ବିଜୟୀ ପାର୍ଥୀ ଓ ପାର୍ଥିନୀ ମାନଙ୍କୁ ପ୍ରତିଦ୍ୱନ୍ଦିତା ମୈଦାନରେ ଅବତୀର୍ଣ୍ଣ କରାହୋଇଛି । ଜିଲ୍ଲା କଂଗ୍ରେସର ପୁରା ବିଶ୍ୱାସ ଯେ ଚଳିତ ଜିଲ୍ଲା ପରିଷଦ ନିର୍ବାଚନରେ ଗଜପତି ଜିଲ୍ଲାରେ କଂଗ୍ରେସ ଅଧିକାଂଶ ଜୋନ୍‌ ଆସନ ହାତେଇବା ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ମଧ୍ୟ କଂଗ୍ରେସ ବାଜିମାତ ମାରିବ ବୋଲି କଂଗ୍ରେସ ସଭାପତି ଶ୍ରୀ ଗମାଙ୍ଗ କହିଛନ୍ତି ।

hiranchal ad1
Leave A Reply

Your email address will not be published.

twenty + 14 =