ଜୈବିକ କୃଷି ଶିକ୍ଷା ଏବଂ ସଚେତନତା କାର୍ଯ୍ୟକ୍ରମ

0 138

ପାରଳାଖେମୁଣ୍ଡି,୧୬/୯- ଜାତୀୟ ଉଦ୍ୟାନ କୃଷିମିଶନ ଆନୁକୂଲ୍ୟରେ ଗଜପତି ଜିଲ୍ଲାର ଗୁମ୍ମା ବ୍ଳକ ତରଭା ପଞ୍ଚାୟତର ଲେଙ୍ଗୁ ଗାଁଠାରେ ଜୈବିକକୃଷି ସମ୍ବନ୍ଧୀୟ ଦୁଇଦିନିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗୁମ୍ମାବ୍ଳକର ବିଡିଓ ନଟବର ଗରଡ଼ ଯୋଗଦାନ କରିଥିବାବେଳେ ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ କେ ସୁଦର୍ଶନ ଓ ସହକାରୀ ଉଦ୍ୟାନ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଡିଗଲ ଏବଂ ବିଭାଗୀୟ କର୍ମଚାରୀଙ୍କ ସମେତ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ଥିଲେ । ଓଡ଼ିଶା ଖାଉଟି ସମବାୟ ନିଗମ ତରଫରୁ ପ୍ରକଳ୍ପ ପରିଚାଳକ ଶ୍ରୀ ସମୀର କୁମାର ବାରିକ ଏହି ବୈଠକ ପରିଚାଳନା କରିଥିଲେ । ଏଥିରେ ଜୈବିକ କୃଷିର ବିଭିନ୍ନ ପ୍ରଣାଳୀ ଓ ଉପକାରିତା ବିଷୟରେ ଆଲୋଚନା କରାଯାଇଥିଲା । ବର୍ତ୍ତମାନ କୃଷିକ୍ଷେତ୍ରରେ ବହୁଳ ପରିମାଣରେ ରସାୟନିକ ସାର ଏବଂ କୀଟ ନାଶକ ବ୍ୟବହାର ଯୋଗୁଁ ମୃତ୍ତିକା ଏବଂ ଜଳବାୟୁ ପ୍ରଦୂଷଣ ହେବା ସହିତ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ରୋଗ ଏବଂ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେଉଛି । ତେଣୁ ସରକାର ଜୈବିକ କୃଷିର ସଂପ୍ରସାରଣ କ୍ଷେତ୍ରରେ ବିଭିନ୍ନ ପ୍ରତ୍ସ ।ହନ ଯୋଗାଇ ଦେଉଛନ୍ତି । ଏହା ଦ୍ୱାରା ମୃତ୍ତିକା ଜଳବାୟୁ ପ୍ରଦୂଷଣ କମିବା ସହିତ ମନୁଷ୍ୟକୁ ସୁଷମ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ମିଳି ପାରିବ । ଚାଷୀଭାଇମାନେ ସେମାନଙ୍କର ଗୋ ଶାଳା ଏବଂ ଘରୁ ବାହାରୁଥିବା ବିଭିନ୍ନ ବର୍ଜ୍ୟବସ୍ତୁ ଏବଂ ସ୍ଥାନୀୟ ଉପକରଣ ଆହୁରି ବ୍ୟବହାର କରି କମ ଖର୍ଚ୍ଚରେ ଜୈବିକ କୃଷି କରିବା ସହିତ ସ୍ୱାବଲମ୍ବୀ ହୋଇପାରିବେ । ଏହି ଜୈବିକ କୃଷି କାର୍ଯ୍ୟକ୍ରମଟିକୁ ଓଡ଼ିଶା ଖାଉଟି ସମବାୟ ନିଗମ ତରଫରୁ ତିନିବର୍ଷ ପର୍ଯ୍ୟନ୍ତ ତଦାରଖ କରିବା ସହିତ ସମସ୍ତ ତାଲିମ ପ୍ରଦାନ କରିବେ ।

hiranchal ad1
Leave A Reply

Your email address will not be published.

five × 2 =