ପାରଳାରେ ରକ୍ଷା ବନ୍ଧନ ସକାଶେ ରାକ୍ଷୀ ଦୋକାନରେ ଜମୁଛି ଭିଡ଼

0 95

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ରକ୍ଷା ବନ୍ଧନ ସକାଶେ ରାକ୍ଷୀ ଦୋକାନରେ ଭିଡ଼ ଜମୁ ଥିବାର ଦେଖିବାକୁ ମିଳିଛି । ହିନ୍ଦୁ ଧର୍ମରେ ରାଖୀ ପୂର୍ଣ୍ଣିମା ହେଉଛି ଏକ ମୁଖ୍ୟ ପର୍ବ । ଭାଇ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ରପ୍ରେମ, ସ୍ନେହ ଶ୍ରଦ୍ଧା ଏବଂ ବିଶ୍ୱାସର ପ୍ରତୀକ ହେଉଛି ରାଖୀ । ଏହି ପରିପ୍ରେକ୍ଷୀରେ ପାରଳା ସହରର ବିଭିନ୍ନ ସାହି ଛକ ମାନଙ୍କରେ ରାଖୀ ବ୍ୟବସାୟୀ ମାନେ ରାକ୍ଷୀ ବ୍ୟବସାୟ କରୁଥିବାର ଦେଖିବାକୁ ମିଳିଛି । ରାକ୍ଷୀ ୧୦ ଟଙ୍କାରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ରାକ୍ଷୀ ଦୋକାନରେ ନୂତନ ଓ ବିଭିନ୍ନ ପ୍ରକାରର ରାକ୍ଷୀ ଦେଖିବାକୁ ମିଳିଛି । ଦୁଇ ପଇସା ରୋଜଗାର କରିବା ଆଶାରେ ବ୍ୟବସାୟୀମାନେ ଆଶା ବାନ୍ଧିଛନ୍ତି । ଏହା ଏକ ୠତୁ କାଳୀନ ବେପାର ହୋଇ ଥିବାରୁ ଭଲ ରୋଜଗାର ହେବ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

16 − twelve =