କରୋନା ସମୟରେ ଚିତ୍ରକାରଙ୍କୁ ରୋଜଗାରକ୍ଷମ କରାଇଛି ଚିତ୍ରକଳା

0 117

ପାରଳାଖେମୁଣ୍ଡି,୪/୯- ରାଜ୍ୟ ସରକାର କରୋନା ସମୟରେ ଲୋକଙ୍କ ଜୀବନ ଜୀବିକା ଉପରେ ଗୁରୁତ୍ୱ ଦେଇଛନ୍ତି । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ବିଭାଗ ପକ୍ଷରୁ ପାରଳା ପୌରପରିଷଦରେ ଆର୍ବନ ୱେଜେସ ଏମପ୍ଲଇ ସ୍କିମ ଜରିଆରେ ସହର ସୌନ୍ଦର୍ଯ୍ୟକରଣ ପାଇଁ ପୌରପରିଷଦ ପକ୍ଷରୁ ଆରମ୍ଭ ହୋଇଛି କାନ୍ଥରେ ଚିତ୍ରକଳା । ସହରରେ ବିଭିନ୍ନ କାନ୍ଥରେ ଗଜପତି ଜିଲ୍ଲାର ଐତିହ୍ୟ କଳା ସଂସ୍କୃତି ଓ ମହାପୁରୁଷଙ୍କ ଚିତ୍ର କରାଯାଉଛି । ଏହାଦ୍ୱାରା ସହର ସୌନ୍ଦର୍ଯ୍ୟକରଣ ହେବାସହ ଚିତ୍ରକଳା ମାଧ୍ୟମରେ ଲୋକଙ୍କୁ ବାର୍ତ୍ତା ପହଞ୍ଚ ।ଇବା ପାଇଁ ଏହା ଏକ ମାଧ୍ୟମ ଅଟେ । କରୋନା ସମୟରେ ଚିତ୍ରକାର ହାତ ବାନ୍ଧି ବସିଥିବା ବେଳେ ଚିତ୍ରକାରମାନଙ୍କୁ ସହର ସୌନ୍ଦର୍ଯ୍ୟକରଣ ମଧ୍ୟରେ ରୋଜଗାର ମିଳିପାରିଛି । କରୋନା ସମୟରେ ରୋଜଗାର ପାଇ ଖୁସି ପ୍ରକଟ କରିଛନ୍ତି ଚିତ୍ରକାରମାନେ । ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହରୀ ରୋଜଗାରକ୍ଷମ ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ଜରିଆରେ ଲୋକଙ୍କୁ କାମ ଯୋଗାଇ ଦିଆଯାଇପାରିଛି । ସେହିଭଳି ପାରଳା ପୌର ପରିଷଦରେ ୯୪ ଲକ୍ଷ ଟଙ୍କାରେ ୪୧ଟି ପ୍ରକଳ୍ପ ସଂପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରହିଥିବାର ଜଣାପଡିଛି ।

hiranchal ad1
Leave A Reply

Your email address will not be published.

3 − two =