ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ଏସଡିପିଓଙ୍କ ଅଫିସ ଘେରିଲା ବିଜେପି

0 131

ପାଟଣାଗଡ଼: ପାଟଣାଗଡ଼ ସହରରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଥିବାକୁ ନେଇ ପାଟଣାଗଡ଼ ବିଜେପି ପକ୍ଷରୁ ସୋମବାର ଏସଡିପିଓ ଅଫିସ ଘେରାଉ କରାଯାଇଛି । ପାଟଣାଗଡ଼ ସହର ବ୍ୟତୀତ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ଫଳରେ ସହର ସମେତ ଆଖପାଖ ଅଞ୍ଚଳରେ ଚୋରି ଡାକାୟତି, ଲୁଟ, ରାହାଜାନୀ, ହତ୍ୟା ଭଲି ଘଟଣା ବଢ଼ିବାରେ ଲାଗିଛି । ଏହାର ପ୍ରତିବାଦରେ ବିଜେପି ନେତା ଓ କର୍ମୀ ସକାଳ ୧୧ଟା ସମୟରେ ସମସ୍ତେ ହାଟପଦା ସ୍ଥିତ ପଞ୍ଚମୂଖି ହନୁମାନ ମନ୍ଦିର ଠାରେ ଏକତ୍ରିତ ହୋଇଥିଲେ । ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ବାହାରି ଏସଡିପିଓଙ୍କ ଅଫିସ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଫିସ ସମ୍ମୁଖରେ ଧାରଣା ବସିପଡିଥିଲେ । ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଘଟଣାସ୍ଥଳକୁ ଆସି ସହରର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଉପରେ ଆଲୋଚନା ନ କରିବା ଯାଏ ଶ୍ରୀ ସିଂ ଦେଓ ନିଜ ଜିତ ରେ ଅଡି ବସିଥିଲେ । ଅତ୍ୟଧିକ ଖରା ସହ ତାପମାତ୍ରା ବୃଦ୍ଧି ପାଇବାରୁ ଥାନା ଅଧିକାରୀ ଅନନ୍ତ ପ୍ରଧାନ ଓ ଏସଡିପିଓ ଜ୍ୟୋର୍ତି ମଧ୍ୟ ଭୁକ୍ତା ତାକୁ ଛାଇଁକୁ ଯାଇ ବସିବାକୁ ଅନୁରୋଧ କରିଥିଲେ । କିନ୍ତୁ ସିଂ ଦେଓ ତାଙ୍କ ଜିତରେ ଅଡ଼ି ବସିଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ଶ୍ରୀ ସିଂ ଦେଓ ତାଙ୍କ କର୍ମୀ ଓ ନେତାମାନେ ଧାରଣା ଜାରି ଦେଖିବାକୁ ମିଳିଛି । ଏଥିରେଟାଉନ ବିଜେପି ସଭାପତି ଜିଲ୍ଲା ପରିଷଦ ସଦସ୍ୟା ଅନୁପମ ପଣ୍ଡା,ସୁଶାନ୍ତ ମହାନ୍ତି, ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମାଧବ ଚନ୍ଦ୍ର ସାଏ,କରମସିଂ ସରାଫ, ସାୟଦ ଅବଦୁଲ ସିରାଜ, ବିଶ୍ୱିଜିତ ହୋତା,ବାବୁଲା ଦାସ୍‌, ଶୁଶାନ୍ତ ଦାସ ,ସୁରୁସିଂ ନିନା, ରିବଚନ୍ଦ୍ର, ଜ୍ଞାନରଞ୍ଜନ ପଟେଲଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 × 1 =