ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀ ବିଞ୍ଝାଲ ସମାଜର ବୈଠକ, ଦଶହରା ମହୋତ୍ସବ ପାଳନ ପାଇଁ ନିଷ୍ପତ୍ତି

0 117

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ବାହାଲ ଭଟଲି ଗ୍ରାମ ଠାରେ ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀ ବିଞ୍ଝାଲ ସମାଜର ଏକ ବୈଠକ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମାଜର ଇଷ୍ଟଦେବୀ ବିନ୍ଧ୍ୟବାସନୀଙ୍କ ପୂଜାର୍ଚ୍ଚନା ସହ ସାମୂହିକ ପ୍ରାର୍ଥନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀ ବିଞ୍ଝାଲ ସମାଜର ଲାଟ ସଭାପତି ହୃଷିକେଶ ବରିହା ମୁଖ୍ୟ ଅତିଥି, ପାଟଣାଗଡ଼ ପୂର୍ବତନ ସଭାପତି ଅଷ୍ଟରତ୍ନ ବରିହା , ଜିଲ୍ଲା କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା, ଜବାହାରଲାଲ ସିଂ ବରିହା, ଗାଇସିଲେଟ ବୋର୍ଡ ସଭାପତି ବିରଞ୍ଚି ବରିହା, ପଦ୍ମପୁର ବ୍ଲକ ସଭାପତି ରାମଚନ୍ଦ୍ର ବରିହା, ଶଶିକାନ୍ତ ବରିହା, ବିପିନ ବରିହା, ଗନ୍ଧର୍ବ ବରିହା, ବିରଞ୍ଚି ବରିହା, କ୍ଷମା ସାଗର ବରିହା, ଯୁବରାଜ ବରିହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବୈଠକ ରେ ହରିଶଙ୍କର ସ୍ଥିତ ମାଁ ବିନ୍ଧ୍ୟବାସିନି ୫୬ ଡିସିମିଲ ପଡିଆର ସୁରକ୍ଷା ସହ ସମାଜର ନାଁରେ ପାର୍ଚ୍ଚା ମିଳିବା ପର୍ଯ୍ୟନ୍ତ ଦୃଢ଼ତା ସହ ଲଢେ଼ଇ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପରେ ମାଁ ବିନ୍ଧ୍ୟବାସିନି ମନ୍ଦିରଠାରେ ଆସନ୍ତା ଅକ୍ଟୋବର ୨୩ ରୁ ୨୪ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଆଶ୍ୱିନ ଦଶହରା ପୂଜାର୍ଚ୍ଚନା ସହ ଏହି ଅବସରରେ ଦଶହରା ମହୋତ୍ସବ ମହାଆଡମ୍ବର ସହ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସନ୍ଧ୍ୟାରେ ଆଦିବାସୀ ସାଂସ୍କୃତିକ ପରମ୍ପରା ଏବଂ କଳା ସଂସ୍କୃତିକୁ ବଞ୍ଚାଇ ରଖିବାକୁ ସମାଜର କଳାକାର ଭାଇଭଉଣୀ ଦ୍ୱାରା କଳା ପରିଷଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କଟାବାହାଲ ପଞ୍ଚାୟତ ସଂପାଦକ ବୃନ୍ଦାବନ ବରିହା, ମାନଭଞ୍ଜନ ବରିହା, ମହେଶ ବରିହା , ନାରଦ ବରିହା, ଲକ୍ଷେଶ୍ୱର ବରିହା, ବୁଟାସିଂ ବରିହା , ନନ୍ଦ ଲାଲ ବରିହା, ଦେବାର୍ଚ୍ଚନ ବରିହା , ବରୁଣ ବରିହା , କ୍ଷମା ବରିହା, ରବି ବରିହା, ନିର୍ମଳ ବରିହା, ଲକ୍ଷ୍ମଣ, ହରବରିହା, ଗଙ୍ଗାଧର ବରିହା , କଙ୍ଗାଳୁ ବରିହା, ପ୍ରହ୍ଳାଦ ବରିହା, ବନମାଳୀ ବରିହା ପ୍ରମୁଖ ଉପସ୍ଥିତ ଥିଲେ । ଯଦୁମଣି ବରିହା ସ୍ୱାଗତ ଭାଷଣ ଦେଇଥିବା ବେଳେ ଗୋରେଖନାଥ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

seven + 17 =