ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଆଦିବାସୀ କଲ୍ୟାଣ ସଂଘ ସହ ବିଭିନ୍ନ ସଂଗଠନ ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା

0 225

ପାଟଣାଗଡ଼,୧୧/୬- ପାଟଣାଗଡ଼ରେ ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ହେତୁ ଆଜି ପାଟଣାଗଡ଼ ଆଦିବାସୀ ସଂଘ ସହ ବିଭିନ୍ନ ସଂଘ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ । ପାଟଣାଗଡ଼ ରାମପୁର ଠାରୁ ବ୍ରହ୍ମପୁରା ସୁଭଦ୍ରା ଭବନ ପର୍ଯ୍ୟନ୍ତ ଆଦିବାସୀ ମାନଙ୍କ ଏକ ବିଶାଳ ଶୋଭାଯାତ୍ରା ବାହାରି ଗଡଭିତର ସ୍ଥିତ ମାଁ ପାଟଣେଶ୍ୱରୀ, ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିବାସହ ଧୁମାଭଟା ଛକ ଠାରେ ଥିବା ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ବ୍ରହ୍ମପୁରାସ୍ଥିତ ସୁୁଭଦ୍ରା ଭବନ ଠାରେ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆୟୋଜିତ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଆଦିବାସୀ ସଂଘ ବ୍ଳକ ସଭାପତି ଅଷ୍ଟରତ୍ନ ବରିହା ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସେଥିରେ ଏନ୍‌ଏସି ସଭାପତି ଚନ୍ଦ୍ରମଣି ଶବର, ଲକ୍ଷେ ଘର ଗଣ୍ଡା ସମାଜର ଦିଗଶନ ନନ୍ଦ, ଆଦିବାସୀ କଲ୍ୟାଣ ସଂଘର ଉପଦେଷ୍ଟା ପୁରୋଷୋତ୍ତମ ଧରୁଆ ଉପସ୍ଥିତ ଥିଲେ । ପାଟଣାଗଡ଼ ବ୍ଳକ ସରପଞ୍ଚ ସଂଘ , ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ଯୁବ ପତ୍ରକାର ସଂଘ , ପ୍ରେସ କ୍ଳବ ସାମ୍ବାଦିକ ସଂଘ, ଉପଖଣ୍ଡ ସାମ୍ବାଦିକ ସଂଘ ଓ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଜଣାଇଥିଲେ । ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଦଳିିତ, ପଛୁଆବର୍ଗ, ଆଦିବାସୀ ଏବଂ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ତଥା ଚାଷୀମାନଙ୍କ ସମସ୍ୟା , ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ପାନୀୟ ଜଳ ଆଦି ସମସ୍ୟାର ସମାଧାନ ଏବଂ ଅଞ୍ଚଳର ବିକାଶ ତଥା ସମଗ୍ର ପଶ୍ଚିମ ଓଡ଼ିଶା ବିକାଶ ଦିଗରେ ପ୍ରସଙ୍ଗ ଉଠାଇବି ବୋଲି ମତବ୍ୟକ୍ତ କରିଥିଲେ । ଅଞ୍ଚଳର ବିକାଶ ଦିଗରେ ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଏଥିରେ ଆଦିବାସୀ କଲ୍ୟାଣ ସଂଘ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ବନଲତା ମାଝୀ, ମରୁଆଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସନ୍ତୋଷିନୀ ବିଶି , ଆଦିବାସୀ କଲ୍ୟାଣ ସଂଘ ସଂପାଦକ ସାରଥୀ ବାଗ, ଧବଲେଶ୍ୱର ଭୋଇ , ଘନ ଭୋଇ, ଲଲିତ ମଲ୍ଲିକ, ଲେକୃ ଧରୁଆ, ଗନ୍ଧର୍ବ ବରିହା, କ୍ଷମା ବରିହା, ଗୌରୀଶଙ୍କର ବରିହା , ବିପିନ ବରିହା ,ମେଘ ବର୍ଗେ, ଗଦି ବରିହାଙ୍କ ସମେତ ୨ ହଜାରରୁ ଉର୍ଦ୍ଧ୍ୱ ଆଦିବାସୀ , ନିର୍ବାଚିତ ଜନ ପ୍ରତିନିଧି , ଜନସାଧାରଣ ସାମିଲ ହୋଇଥିଲେ । ଆଦିବାସୀ କଲ୍ୟାଣ ସଂଘ ର ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ ସଭା ପରିଚାଳନା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

7 − six =