ବଜ୍ରପାତରେ ମାଁ ପୁଅ ମୃତ, କାକା ଗୁରୁତର

0 565

ପାଟଣାଗଡ଼,୨୬/୬:- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଚାଉଳବାଞ୍ଜି ଗାଁରେ ବିଲକୁ କପା ଲଗାଇବାକୁ ଯାଇଥିବା ବେଳେ ମା ଓ ପୁଅଙ୍କ ମୃତ୍ୟୁ ଘଟିଥିବାବେଳେ କାକା ଗୁରୁତର ଅଛନ୍ତି । ଘଡ଼ଘଡି ସହ ବର୍ଷା ହେବାରୁ ନିକଟରେ ଥିବା ଏକ ମହୁଲ ଗଛମୂଳେ ଆଶ୍ରୟ ନେଇଥିବା ବେଳେ ବଜ୍ରାଘାତରେ ମା ଓ ପୁଅଙ୍କ ଜୀବନ ଚାଲିଯାଇଥିଲା । ଗୁରୁତର କାକାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାରକରି ଡାକ୍ତରଖାନାକୁ ନେଇଥିଲେ । ଘଟଣା ସ୍ଥଳକୁ ଖପ୍ରାଖୋଲ ପୋଲିସ ପହଞ୍ଚିି ତଦନ୍ତ କରୁଥିବା ବେଳେ ମୃତକ ପରିବାରକୁ ସରକାରୀ ସାହାଯ୍ୟ ପାଇଁ ଜନସାଧାରଣରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

sixteen − eleven =